ବିଦ୍ୟାଳୟ ପ୍ରବେଶ ପଥରେ ବାଡ଼ ବୁଜିଦେଲେ ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା
ବରୀ, ୦୨/୧୨ ( ରଂଜିତ ମହାନ୍ତି ) : ବରୀ ନିର୍ବାଚନ ମଣ୍ଡଳୀ ଅଧୀନ ସାହସପୁର ପଞ୍ଚାୟତରେ ଥୁବା ହନୁମାନ ଜିର ଉଚ୍ଚବିଦ୍ୟାଳୟରେ ଆ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟକୁ ଆଳି ଆସିଥିବା ଛାତ୍ରଛାତ୍ରୀ ପ୍ରବେଶ ପଥରେ ବାଡ଼ ବୁଳାଯାଇଥିବାରୁ ଭିତରକୁ ଯାଇନପାରି ପ୍ରତିବାଦରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଜମି ବିବାଦରୁ ଏଭଳି ଘଟଣା ଘଟିଞ୍ଚ ଜମି ବିବାଦରୁ ବାଡ଼ ବାଡ଼ ବୁଜିଲେ ପ୍ରକୋଷ୍ଠରେ ଜିଲ୍ଲାପାଳ ଅଭିଯୋଗ । ଗ୍ରାମବାସୀଙ୍କ ଅଭି ଅଭିଯୋଗ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗ୍ରାମବାସୀ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି । ଏହି ବିଦ୍ୟାଳୟଟି ୧୯୮୨ ମସିହାରେ ସ୍ଥାପିତ ହୋଇଥିଲା । ଏଥିରେ ୯ମ ଓ ୧୦ମ ଶ୍ରେଣୀରେ ୧୨୩ଜଣ ଛାତ୍ରଛାତ୍ରୀ ପାଠପଢ଼ିଥାନ୍ତି। ଏହି ବିଦ୍ୟାଳୟକୁ ପୂର୍ବ ସରକାର ସମୟରେ ୫-ଟିରେ ସାମିଲ କରି ବହୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିଲା ଲା । । ପରବର୍ତ୍ତୀ ସମୟରେ ବିଦ୍ୟାଳୟର ପାଚେରି ଓ ମୁଖ୍ୟ ଖ୍ୟ ପ୍ରବେଶ ପଥ ନିର୍ମାଣ ଚାଲିଥିବା ବେଳେ ରବିବାର ଅପରାହ୍ନରେ ଗ୍ରାମର କିଛି ଲୋକ ଉକ୍ତ ଜମି ମାଲିକ ବୋଲି ପରିଚୟ ଦେଇ ବିଦ୍ୟାଳୟକୁ ଯିବା ଆସିବା ରାସ୍ତାରେ ସିମେଣ୍ଟ ଖୁଣ୍ଟ ଓ ତାରବାଡ଼ ବୁଜି ପ୍ରବେଶ ପଥକୁ ଅବରୋଧ କରିଥିଲେ। ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଧାରଣା ଦେଇ ବସିଥିଲେ। ଫଳରେ ପାଠପଢ଼ା ବ୍ୟାଘାତ ହୋଇଥିଲା । ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ଯଜପୁର ସଦର ଥାନା ପୁଲିସ ପଞ୍ଚୁ ବୁଝାସୁଝା ଝା କରିବାରେ ଅପରାହ୍ଣ ୨ଟା ବେଳେ ଧାରଣାରେ ବସିଥିବା ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ର ଛାତ୍ରୀ ଧାରଣାରୁ ଓହରି ଥିଲେ । ଘଟଣାକୁ ନେଇ ପ୍ରଧା ପ୍ରଧାନ ଶିକ୍ଷକ ସଦର ଥାନାରେ ଅଭିଯୋଗ କରିଥିବା ବେଳେ ବେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋ କରି ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ଏ ସମ୍ପର୍କରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ସହ ଯୋଗାଯୋଗ କରିବାରେ ସେ କହିଥିଲେ, ୨୦୨୨ ମେ' ୭ ତାରିଖରେ ରାଜସ୍ତ ବିଭାଗ ପକ୍ଷରୁ ସାହସପୁର ମୌଳାର ଖଡିଆନ ନଂ.୬୪୫/୭୪, ପ୍ଲଟ୍ ନଂ. ୩୯୯/୨୮୩୩ରେ ଥିବା ୦.୦୮ ଏକର ଜମି ସ୍କୁଲ ଓ ଗଣଶିକ୍ଷା ବିଭାଗ ମାର୍ଫିତ ପ୍ରଧାନ ଶିକ୍ଷକଙ୍କ ନାମରେ ରକ୍ତ ଜମିର ପଟ୍ଟା ମିଳିଛି ।