Hot Posts

6/recent/ticker-posts

ଆରାବାକା ପଞ୍ଚାୟତ ଠାରେ ସାମାଜିକ ସମୀକ୍ଷା ଓ ଗ୍ରାମସଭା ବୈଠକ ଅନୁଷ୍ଠିତ

ଚକାପାଦ, ୦୨/୧୨ ( ବାଳକୃଷ୍ଣ କହଁର ) : ଚକାପାଦ ବ୍ଲକ ଆରାବାକା ପଞ୍ଚାୟତ ଠାରେ ଏକ ସାମାଜିକ ସମୀକ୍ଷା ଓ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାକୁ ପିଇଓ ଦୈତାରି ପ୍ରଧାନ ପରିଚାଳନା କରିଥିବା ବେଳେ ଏଡିଇଓ ଉତ୍ତମ ଉଠାନ ସିଙ୍ଗ, ସରପଞ୍ଚ ରୁନିମା ପ୍ରଧାନ , ନାଏବ ସରପଞ୍ଚ କିନ୍ଦେଶ୍ୱର ମଲ୍ଲିକ ,ଚକାପାଦ ବ୍ଲକ ସାମାଜିକ ସମୀକ୍ଷକ ରଞ୍ଜନ କୁମାର ଖମାରୀ, ଗ୍ରାମ୍ୟ ସାଧନ କର୍ମୀ ଅନୁସୟା ସାହାଣୀ , ବିସ୍ଥ୍ନୁପ୍ରିୟା ସାହୁ, ଜ୍ଞାନବତି କହଁର, ସାମ୍ୱାଦିକ ବାଳକୃଷ୍ଣ କହଁର ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ପଞ୍ଚାୟତ ରୁ ଆସିଥିବା ୱାଡ଼ ସଭ୍ୟ ସଭ୍ୟା, ଗାଁ ସାଥୀ, ଜବ କାଡ ଧାରି, ବିଭିନ୍ନ ଗ୍ରାମରୁ ଆସିଥିବା ଜନ ସାଧାରଣ ଉପସ୍ଥିତ ରହି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଯୋଜନା (NREGAS ) କାମ କୁ କିଭଳି ସଠିକ୍ ଭାବରେ କିପରି କରିବେ ଏବଂ ସରକାର ଙ୍କ ତରଫରୁ ଆସୁଥିବା ବିଭିନ୍ନ ଯୋଜନା ରୁ କିଭଳି ଲାଭଦାୟକ ହୋଇପାରିବେ ଓ ପଞ୍ଚାୟତ କୁ କିଭଳି ଭାବରେ ଉନ୍ନତି ହେଇପାରିବ ସେଥିପ୍ରତି ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା।

କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ