ବଚପନ୍ ଏକାଡେମୀ ପବ୍ଲିକ ସ୍କୁଲ ରେ ବିଜ୍ଞାନ ଗଣିତ ହସ୍ତ କଳାମେଳା
ରାୟଗଡ଼ା, ୦୩/୧୨ ( ଭି. ଗୌରୀ ଶଙ୍କର ରାଓ ) : ବଚପନ ଏକାଡେମୀ ପବ୍ଲିକ ସ୍କୁଲ ର ହାଇଟ୍ ପବ୍ଲିକ ସ୍କୁଲ ରେ ଆଜି ବିଜ୍ଞାନ ସାହିତ୍ୟ କଳା ଚିତ୍ର ଗଣିତ କଳା ମେଳା ଆଜି ଅନୁଷ୍ଠିତ ହେଇ ଯାଇଚି l ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ନାୟକ ଯୋଗ ଦେଇ ମେଳା କୁ ଉଦଘାଟନ କରି ଥିଲେ। ସମ୍ମାନୀୟ ଅତିଥି ଭାବେ ମହିଳା ମହବିଦ୍ୟାଳୟର ଅଧାକ୍ଷ ଡକ୍ଟର ଅର୍ଚ୍ଚନା ପଟ୍ଟନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇ ତଗିଦ୍ଥିଲେ। ମେଳା ରେ 70ରୁ ଉର୍ଦ୍ଧ ବିଜ୍ଞାନ ଓ 20ରୁ ଉର୍ଦ୍ଧ ଗଣିତ ପ୍ରକଳ୍ପ ଓ 300 ରୁ ଉର୍ଦ୍ଧ ଚିତ୍ର କଲା ପ୍ରଦର୍ଶନ କରି ଥିଲେ। କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷିତ ଭାବେ ଛାତ୍ର ଛାତ୍ରୀ ଙ୍କୁ ନେଇ ଯୁବ ସାଂସଦ ଆୟୋଜନ କର। ଯାଇ ଥିଲା। ଶିଶୁ ମାନଙ୍କ ନୃତ୍ୟ ଗୀତ ବାଦ୍ୟ ଯନ୍ତ୍ର ସିଧା ସଳଖ ପ୍ରସାରଣ କରା ଯାଇ ଥିଲା। ପ୍ରଦସନ ଦେଖିବା ପାଇଁ ଅଭିଭାକ ସମେତ ଅନେକ ଦର୍ଶକ ସ୍କୁଲ କୁ ଆସି ଥିଲେ। ବିଚାରକ ଭାବେ ଶିକ୍ଷକ ପ୍ରମୋଦ ମହାପାତ୍ର ଓ ଦେବ କିଶୋର ପାଢ଼ୀ ଓ କସ୍ତୁରୀ ସାହୁ ଯୋଗ ଦେଇ ଥିଲେ। ଓ ପ୍ରଦରସନ ରେ ହେଇ ଥିବା ପ୍ରକଳଅନୁଧ୍ୟାନ କରି ଥିଲେ। ବିଦ୍ୟାଳୟ ର ଚେୟାରମେନ ଅଶ୍ୱନି କୁମାର ଦାସ ନିର୍ଦ୍ଦେଶିକା ସୁଶ୍ରିଟା ଦାସ ପ୍ରଧାନ ଆଚାର୍ଯ୍ୟ ଏଲ୍ ନାରାୟଣ ମୂର୍ତ୍ତି ଓ ବିଦ୍ୟାଲୟ ର ସମସ୍ତ ଶିକ୍ଷକ ସିକ୍ଷିତ୍ରି କାର୍ଯ୍ୟକ୍ରମ କୁ ସଂଚାଲନ କରି ଥିଲେ। କାର୍ଯ୍ୟକର୍ମ କୁ ଶ୍ରୀଧରମ ମହାପାତ୍ର^ ପରିଚଳନ କରି ଥିଲେ। ପରି ଶେଷ ରେ ସୁଷ୍ଟିତା ଦାସ ଧ ନ୍ୟାବଦ ଅର୍ପଣ କରି ଥିଲେ।