Hot Posts

6/recent/ticker-posts

ବରୀ–ବିଂଝାରପୁର ଯାତାୟାତରେ ବଡ଼ ବାଧା, ରତଳାଙ୍ଗ ସେତୁ ନିର୍ମାଣ ଅଟକିଥିବାରୁ ହଜାର ଲୋକ ଅସୁବିଧା ର ସମ୍ମୁଖୀନ

ବରୀ, ୦୩/୧୨ ( ରଂଜିତ ମହାନ୍ତି ) : ବରୀ ଓ ବିଂଝାରପୁର ଗମନା ଗମନ ପାଇଁ ରତଳାଙ୍ଗ ପଥ ସବୁଠାରୁ କମ ଦୂରତା ଏବଂ ସହଜ ସାଧକ ପ୍ରାୟ, କିନ୍ତୁ ସେତୁର ଅଭାବ ପାଇଁ ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯଦିଓ 2012 ମସିହାରେ ଏକ ପୋଲ ତିଆରି ଆରମ୍ଭ ହୋଇଥିଲା ତାହା କୌଣସି କାରଣରୁ କେନ୍ଦ୍ର ଜଳପଥ ବିଭାଗ ଦ୍ୱାରା ସ୍ଥଗିତ ହୋଇ ରହିଛି, ଆମ ବରୀ ପର୍ଯ୍ୟଟନ ବିକାଶ ପରିଷଦ ତରଫରୁ ବରୀର ବହୁ ବୁଦ୍ଧିଜୀବୀ ଏବଂ ସମାଜସେବୀ ମାନଙ୍କ ଦ୍ୱାରା ନୂତନ ସେତୁ ନିର୍ମାଣ ପାଇଁ ରତଳାଙ୍ଗର ପ୍ରଭୁ ରତ୍ନେଶ୍ୱର ମନ୍ଦିର ବେଢାରେ ଆଲୋଚନା କରାଗଲା, ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ରର ସଂଶ୍ଲିଷ୍ଟ ବିଭାଗ ପଦାଧିକାରୀ ମାନଙ୍କ ସହିତ ଆଲୋଚନା ହେବ ଏବଂ ଆମର ଏହି ମହତ କାର୍ଯ୍ୟରେ ସମ୍ପୂର୍ଣ ବରିବାସୀଙ୍କ ସହଯୋଗ ରହିବ ବୋଲି ଆଶା କରୁଅଛୁ