କୋଣାର୍କ ଉତ୍ସବ, ୩ୟ ଦିନ "ସମୁଦ୍ର ଜୀବନ"
କର୍ଲାମୁଣ୍ଡା, ୦୩/୧୨ (ସୁଶାନ୍ତ ରଣା) : କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ତୃତୀୟ ଦିବସରେ "ସମୁଦ୍ର ଜୀବନ" ଉପରେ ଆଧାରିତ ବାଲୁକା କଳା କର୍ମଶାଳା ଅନୁଷ୍ଠିତ ହୋଇ ଥିଲା। ଏଥିରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡା ଗ୍ରାମର ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଓ ସାଥି ମାନେ ସମୁଦ୍ର ଗର୍ଭରେ ରହୁଥିବା ବିଭିନ୍ନ ପ୍ରଜାତିର ଜଳଚର ପ୍ରାଣୀ ଓ ସମୁଦ୍ର ବୁଡାଳିଙ୍କ ପ୍ରତିଛବି ନିର୍ମାଣ କରିଛନ୍ତି। ତାଙ୍କରି ଚାରି ଜଣିଆ ଟିମରେ ଶ୍ରୀ ସାହୁଙ୍କ ସମେତ ପୁରୀର ରଞ୍ଜନ ଗଙ୍ଗୁଳି, ଶ୍ରୀଧର ଦାସ ଓ ଭୁବନେଶ୍ୱର ର ସୁବଳ ମହାରଣା ସାମିଲ ଥିଲେ।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ