ଟିକାବାଲି : ୨୬/୧୧ (ବାଳକୃଷ୍ଣ କହଁର ) : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ର ଆହ୍ୱାନ କ୍ରମେ ଟିକାବାଲି ସଲପଗାଁ ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତୃତୀୟ ଦିନରେ ବିଦ୍ୟାଳୟ ଆଗରେ ଶିକ୍ଷକ ଶିକ୍ଷୟିତ୍ରୀ ୩ ଦିନ ହେଲା ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାପାଳ ଙ୍କୁ ୧୩ ଦଫା ସମ୍ବନ୍ଧୀୟ ଦାବିପତ୍ର ଦେବା ସହ ବିଧାୟକ ଙ୍କ ଦ୍ବାରସ୍ଥ ହୋଇଛନ୍ତି । ଦୀର୍ଘ ଦଶନ୍ଧି ର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ କଳାବ୍ୟାଜ ପିନ୍ଧି ସରକାର ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆନ୍ଦୋଳନ କୁ ଓହ୍ଲେଇଛି ସଂଘ। ଓଏଭି ଛାତ୍ରଛାତ୍ରୀ ମାନଙ୍କୁ ଏନ୍ଏମ୍ଏମ୍ଏସ୍ ପରୀକ୍ଷା ରେ ଅଂଶଗ୍ରହଣ ପାଇଁ ଅନୁମତି ନିଟ୍ ଏବଂ ଜେଇଇ ପରୀକ୍ଷାରେ ୧୫% ସ୍ଥାନ ସଂରକ୍ଷଣ ଓଏଭି କର୍ମଚାରୀ ଙ୍କୁ ସରକାରୀ ମାନ୍ୟତା ଦେବା, ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦେବା, ଶାରୀରିକ ଶିକ୍ଷା, ସଙ୍ଗୀତ, ଏବଂ କମ୍ପ୍ୟୁଟର ଶିକ୍ଷକଙ୍କୁ ସମାନ କାମକୁ ସମାନ ଦରମା ପାଇଁ ୪୬୦୦ ଗ୍ରେଡ଼ ପେ ପ୍ରଦାନ କରିବା, ପ୍ରତ୍ୟେକ ବିଦ୍ୟାଳୟ ରେ ସାଇନ୍ସ କମର୍ସ ଭଳି ଆର୍ଟ୍ସ ଷ୍ଟ୍ରିମ୍ ଖୋଲିବା ସହ ଓଡ଼ିଆ, ହିନ୍ଦୀ, ସଂସ୍କୃତ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା, ଆର୍ଟ ଶିକ୍ଷକ ପାଇଁ ଟିଜିଟି ଭିଜୁଆଲ ଆର୍ଟ ମାନ୍ୟତା ଦେବା, ପ୍ରିନ୍ସିପାଲ ମାନଙ୍କ ଗ୍ରେଡ଼ ପେ ସମସ୍ୟାର ସମାଧାନ କରିବା, ଓଏଭି କର୍ମଚାରୀ ଙ୍କ ସନ୍ତାନ ପାଇଁ ପ୍ରବେଶ ହେତୁ ବିଶେଷ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା,ବିଦ୍ୟାଳୟର କିରାଣୀ କର୍ମଚାରୀ ଙ୍କ ଚାକିରି ରେ ନିୟମିତ କରିବା, ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରେ କାର୍ଯ୍ୟରତ ଶିକ୍ଷକଙ୍କ ପୂର୍ବ ସେବା ଅବଧିକୁ ବର୍ତ୍ତମାନ ସେବା ରେ ମିଶାଇବା,ପୂର୍ବରୁ ଓଏଭି ରେ ଟିଜିଟି ଭାବେ କାର୍ଯ୍ୟ କରି ପୁନର୍ବାର ପିଜିଟି ଭାବେ ଯୋଗ ଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଚାକିରି ଓ ଦରମା ରେ ସୁରକ୍ଷା ପ୍ରଦାନ କରିବା, ପୂର୍ବବତ୍ ରାଜ୍ୟ ସ୍ତରରେ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ପାଇଁ ଅର୍ଥ ମଞ୍ଜୁର କରିବା,ପିଏମ୍ ଶ୍ରୀ ସ୍କୁଲ ରେ ଓଏଭି କୁ ଅନ୍ତର୍ଭୁକ୍ତ କରିବା ଆଦି ସମସ୍ୟାର ସମାଧାନ କରି ଶିକ୍ଷା ର ଗୁଣବତ୍ତା କର୍ମଚାରୀ ଙ୍କ ନ୍ୟାୟ ପାଇଁ ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଯଦି ସମସ୍ୟାର ସମାଧାନ ନ ହୁଏ ତାହେଲେ ଡିସେମ୍ବର ଆଠ ତାରିଖରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମତ ପ୍ରକାଶ କରିଛନ୍ତି ରାଜ୍ୟ ସଭାପତି ରିପୁଦମନ ମିଶ୍ର ଏବଂ ରାଜ୍ୟ ସଂପାଦକ ସୁଭାଶିଷ ଦାସ। ସୂଚନା ଥାଉ ଯେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ରାଜ୍ୟ ର ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସିବିଏସ୍ଇ ଅନୁବନ୍ଧିତ ଇଂରାଜୀ ମାଧ୍ୟମ ରେ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥାଏ । ଯଦ୍ୱାରା ଗ୍ରାମାଞ୍ଚଳ ର ଗରିବ ମେଧାବୀ ଛାତ୍ରଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରି ଆସୁଛନ୍ତି କିନ୍ତୁ ବିଡ଼ମ୍ବନାର ବିଷୟ ଏବେ ଏହି ଓଏଭି ର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି । ଓଏଭି ଚାକିରି ରେ ଯୋଗଦେଇ ମୃତ୍ୟୁ ବରଣ କରିଥିବା ୨୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପରିବାର ବର୍ଗଙ୍କୁ ପ୍ରାପ୍ୟ ସୁବିଧା ସୁଯୋଗ ରୁ ବଞ୍ଚିତ କରାଯାଇଅଛି।ଏ ସମ୍ପର୍କରେ ବୁଦ୍ଧିଜୀବୀ ମାନେ ଦୁଃଖ ପ୍ରକାଶ କରିଛନ୍ତି।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ

