ଗାଇସିଲେଟ, ୨୬/୧୧ ( ଭାଗିରଥି ଭୋଇ ) : ଆଜି ଗାଇସିଲେଟ ବ୍ଲକ ସ୍ତରୀୟ ୩୦ତମ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ପିଏମ ଶ୍ରୀ ସରକାରୀ ନୋଡାଲ ହାଇସ୍କୁଲ ଗାଇସିଲେଟରେ ଅନୁଷ୍ଠିତ ହୋଇଯାଇଛି। ୨୩୮ ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ଏହି ବିଜ୍ଞାନମେଳାକୁ ଗାଇସିଲେଟ ବ୍ଲକ ଚେୟାରମେନ ପ୍ରଣୟ କୁମାର ସାହୁ ଶୁଭ ଉଦ୍ଘାଟନ କରିଥିଲେ। ଏହି ଉଦଘାଟନ ସମାରୋହରେ ଏବିଇଓ ଧବଳେଶ୍ଵର ବରିହା ସଭାପତିତ୍ବ କରିଥିବାବେଳେ ବିଶିଷ୍ଟ ଅତିଥି ଭାବେ ଗାଇସିଲେଟ ବ୍ଳକ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ, ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ନୀଳମଣି ବରିହା, ଗାଇସିଲେଟ ସରପଞ୍ଚ ଶରତ କାଲୋ, ସମିତି ସଭ୍ୟା ଅଞ୍ଜନା ସେଠ୍, ତଥା ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୀଲ କୁମାର ବେହେରା ମଞ୍ଚାସୀନ ହୋଇ ବାଲ ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଯଦୁମଣି ପ୍ରଧାନ, ହୃଦାନନ୍ଦ ଭୋଇ, ରମେଶ ଚନ୍ଦ୍ର ଭୋଇ, ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବରିହା, ପ୍ରଧାନ ଶିକ୍ଷକ ରାଜେଶ ଖମାରୀ, ବିଜ୍ଞାନ ଶିକ୍ଷକ ଭବାନୀ ଶଙ୍କର ଭୋଇ, ମାନସ ରଞ୍ଜନ ଶତପଥୀ, ଗୋପବନ୍ଧୁ ମେହେର, ସଞ୍ଜୀବ କୁମାର ସାହୁ ଏଥିରେ ବିଚାରକ ଦାୟିତ୍ଵ ତୁଲାଇଥିଲେ। ଏହି ପ୍ରଦର୍ଶନୀରୁ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀକୁ ୭ ଟି ପ୍ରକଳ୍ପ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବିଜ୍ଞାନ ପ୍ରଦର୍ଶନୀକୁ ୬ ଟି ପ୍ରକଳ୍ପ ଓ ପରିବେଶ ସମ୍ବନ୍ଧୀୟ ପ୍ରଦର୍ଶନୀକୁ ୩ ଟି ପ୍ରକଳ୍ପ ମନୋନୀତ କରାଯାଇଛି। ଗାଇସିଲେଟ ବିଇଓ ରାମଲାଲ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନ ସମାରୋହରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରୋଜ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି, ସର୍ଗିବାହାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବରିହା ଓ ଜିଲ୍ଲା ପଞ୍ଚ ଶିକ୍ଷା ସେତୁ ସଂଯୋଜକ ପ୍ରିୟବ୍ରତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ଶିଶୁ ବୈଜ୍ଞାନିକ ମାନଙ୍କୁ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଳକ ଶିକ୍ଷା ବିଭାଗର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଗାଇସିଲେଟ ସାଇନସ୍ ଫୋରମ୍ ତଥା ଆୟୋଜକ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ପରିଚାଳନା କରିଥିବା ବେଳେ ଏବିଇଓ ଧବଳେଶ୍ଵର ବରିହା ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ
