Hot Posts

6/recent/ticker-posts

ଅବସର ପ୍ରାପ୍ତ ଶିକ୍ଷକ ଶୋଭାକର ନାୟକଙ୍କ ପରଲୋକ

ଗାଇସିଲେଟ, ୦୪/୧୨ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଶୋଭାକର ନାୟକ ୭୪ ବର୍ଷ ବୟସରେ ତାଙ୍କ ବାସ ଭବନରେ ପରଲୋକ ହୋଇଯାଇଛି । ପ୍ରାୟ ୨ ବର୍ଷ ଧରି ସେ କର୍କଟ ରୋଗରେ ପୀଡିତ ଥିଲେ । ହଟାତ ବିଳମ୍ବିତ ରାତ୍ରୀରେ ତାଙ୍କର ବାସଭବନ ପରଲୋକ ଘଟିଛି । ହୃଦୟରେ ଅମାପ ସ୍ନେହ ଶୀଳତା ମାଧ୍ୟମରେ ଶିକ୍ଷାନୁଷ୍ଠାନକୁ ସଜାଡ଼ିବା ପାଇଁ ସେ ଆନ୍ତରିକ ଉଦ୍ୟମ କରିଥିଲେ । ଅନ୍ୟମାନଙ୍କ ପାଇଁ ଉଜ୍ଜଳ ଉଦାହରଣ ହୋଇ ରହିଛନ୍ତି ଓ ରହିଥିବେ । ପ୍ରଥମେ ଡାଙ୍ଗବାହାଲ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରି ସେଠାରେ ୧୩ ବର୍ଷ ଶିକ୍ଷାଦାନ କରିବା ପରେ କୁଲିଆରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକତା କରି ସହ ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳିବା ସହ ଦିର୍ଘ ୨୩ ବର୍ଷ ପରେ ବିଦ୍ୟାଳୟରୁ ଅବସର ନେଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ସତ୍ୟଭାମା ନାୟକ ଜ୍ୟେଷ୍ଠ ପୁତ୍ର ସୁବ୍ରତ ନାୟକ, କନିଷ୍ଠ ପୁତ୍ର ସୁନିଲ ନାୟକ, ବୋହୁ ବିଭୁସୁତା ମହାପାତ୍ର ଓ ଦୀପା ମହାପାତ୍ର ତଥା ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ନିଧନରେ ଗ୍ରାମବାସୀ ଓ ଆତ୍ମୀୟ ସ୍ୱଜନମାନେ ଶେଷ ଦର୍ଶନ ପାଇଁ ତାଙ୍କ ଘର ପରିସରରେ ଲୋକାରଣ୍ୟ ହୋଇଥିଲା । ସେ ସରଳ ଧାର୍ମିକ ପରୋପକାରୀ ବ୍ୟକ୍ତି ଭାବରେ ଆଖପାଖ ଅଞ୍ଚଳରେ ପରିଚିତ ଥିଲେ । ସର୍ବଦା ଗୀତା ଭାଗବତ ପୁରାଣ ପାଠରେ ଆତ୍ମ ସନ୍ତୋଷ ପ୍ରାପ୍ତ କରୁଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ପାର୍ଥିବ ଶରୀରକୁ ଗାଁ ମଶାଣିରେ ଶେଷ କୃତ୍ୟ ସମାପନ କରାଯାଇଛି । ଜ୍ୟେଷ୍ଠ ପୁତ୍ର ସୁବ୍ରତ ମୁଖାଗ୍ନି ଦେଇଥିବା ବେଳେ ବନ୍ଧୁ ବାନ୍ଧବ ଏବଂ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।। 



ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ