Hot Posts

6/recent/ticker-posts

ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଧିନସ୍ଥ ଦକ୍ଷିଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆନ୍ତର୍ଜାତିୟ ଦିବ୍ୟାଙ୍ଗ ଦିବସ ପାଳିତ

ଜୟପୁର, ୦୩/୧୨ ( ଏ.ଭେଙ୍କଟ ରାଓ / ଗୁପ୍ତ ପ୍ରସାଦ ପତ୍ରିକା ) : ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଧିନସ୍ଥ ଦକ୍ଷିଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୟପୁର ଠାରେ ଆନ୍ତର୍ଜାତିୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଅଛି, ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ୫୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ୫୦ ଜଣ ଅଭିଭାବକ ଯୋଗଦାନ କରିଥିଲେ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା, ଉକ୍ତ କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଶ୍ରୀ ଚନ୍ଦନ କୁମାର ନାୟକ ଉଦ୍ଘାଟନ କରିଥିଲେ, ଉଦଯାପନ ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବେ ଶ୍ରୀ କେ ଗୋପାଳ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର, ଶ୍ରୀ ଶଶୀଭୂଷଣ ଦାଶ୍ ବରିଷ୍ଠ ସହାୟକ, ଶ୍ରୀ ସୁଧାକର ପଣ୍ଡା, ପ୍ରଧାନ ଶିକ୍ଷକ, ଶ୍ରୀମତି କୁକୁମିନା ଦାଶ୍ ପ୍ରଧାନ ଶିକ୍ଷୟତ୍ରୀ, ଶ୍ରୀ ମନୋଜ କୁମାର ପଟ୍ଟନାୟକ, ବରିଷ୍ଠ ଶିକ୍ଷକ ଯୋଗଦାନ କରିଥିଲେ, ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଅଶୋକ କୁମାର୍ ସ୍ୱାଇଁ, ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ସଂଯୁକ୍ତା ରାଉତ, ମିନତି ପାଢି, ଆଶାଲତା ପ୍ରଧାନ, ସୁଚିତ୍ରା ପାତ୍ର, ହରିହର ପଟ୍ଟନାୟକ, ଅଭିପ୍ସା ପାତ୍ର ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ, ଶ୍ରୀମତୀ ସୁଭଶ୍ରୀ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ







ଏ.ଭେଙ୍କଟ ରାଓ.. ରିପଟର ନବଦୁତ ନ୍ମ୍ଯଜ (ଜୟପୁର,)