ଗୋଡାଲ୍ ଗ୍ରାମ ପଂଚାୟତ ଠାରେ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସିନାପାଲି, ୦୧/୧୨ (ଶୋଭାରାମ ମହାନନ୍ଦ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋଡାଲ୍ ଗ୍ରାମ ପଂଚାୟତ ଠାରେ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ମୀ ଓରାମ ସଭାପତିତ୍ବ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ତରଫରୁ ୫ଗୋଟି ଆପତ୍ତି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ତନ୍ମଧ୍ୟରୁ ଏମ.ଜି.ଏନ.ଆର.ଇ.ଜି.ଏସ୍. ୨ଗୋଟି, ଯୋଗାଣ ବିଭାଗ ୧ଗୋଟି, ବାର୍ଦ୍ଧକ୍ୟ ଭତ୍ତା ୧ଗୋଟି, ଓ ଉନ୍ନୟନ ମୂଳକ ୧ଗୋଟି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଉକ୍ତ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମରେ ସରପଞ୍ଚ ମିନା ଜଗତ, ପ୍ରାଣୀ ଚିକିତ୍ସକ କୃଷ୍ଣଚନ୍ଦ୍ର ମଲ୍ଲିକ, ସି.ଡ଼ି.ପି. ଓ ଉର୍ମିଳା ମହାପାତ୍ର , ଏଫ୍. ଇ.ଓ ସୁରେନ୍ଦ୍ର ପାତ୍ର, ପି. ଇ.ଓ. ଜୟାନନ୍ଦ ମେହେର, ଯୋଗାଣ ସହାୟକ ଜଗମୋହନ ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।