Hot Posts

6/recent/ticker-posts

ତେରେସିଂହାରେ ବିଶ୍ଵ ଏଡ୍‌ସ ଦିବସ ପାଳିତ

କର୍ଲାମୁଣ୍ଡା, ୦୧/୧୨ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ତରଫରୁ ବିଶ୍ବ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ପ୍ରତିଷ୍ଠାତା ସଭାପତି ମୁରଲିଧର ରଣା ଯୋଗଦେଇ ଏଡ୍‌ସ ରୋଗର ଲକ୍ଷଣ ଓ ଏହାର ନିରାକରଣ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଆଭାସ ଚନ୍ଦ୍ର ଆଚାର୍ଯ୍ୟ, କନିଷ୍ଠ କିରାଣୀ ଦେବେନ୍ଦ୍ର ରଣା ମଂଚାସୀନ ଥିଲେ । କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ଅଧିକାରୀ ମୁକେଶ ବହିଦାର ପରିଚାଳନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏଡ୍‌ସ ସଚେତନ ଗ୍ୟାଲି ମଧ୍ୟ ହୋଇଥିଲା । ପିଅନ ଡୋଳାମଣୀ ଗହୀର, ରାଧାମୋହନ ଗହୀର, ତପୋବନ୍ତ ଗହୀର ପ୍ରମୁଖ ସହଯୋଗ କରିଥିଲେ।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ