କୌଶିକ ବାବା +୩ ମହାବିଦ୍ୟାଳୟ ଠାରେ "ବିଶ୍ଵ ଏଡ୍ସ ଦିବସ" ପାଳିତ
କର୍ଲାମୁଣ୍ଡା, ୦୧/୧୨ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟ ଠାର "ବିଶ୍ଵ ଏଡ୍ସ ଦିବସ" ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀ ଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇ ଯାଇଛି। ଭାରପ୍ରାପ୍ତ ଅଧ୍ୟକ୍ଷ ମାନସ ରଞ୍ଜନ ବାଗ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ତେରେସିଂହା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଡ଼ଃ ଜଳେଶ୍ଵର ହାତୀ, ସମ୍ମାନୀତ ଅତିଥି ଭାବେ ଫାର୍ମାସିଷ୍ଟ ସୁନିଲ କୁମାର ବାଗ, ସହକାରୀ ବିଜୟ ସାହୁ, କୌସ୍ତୁଭ ସାହୁ, ସମୀର ପଧାନ, ଟିକେଧର ରଣା, ତୃପ୍ତିମୟୀ ଭୋଇ, ରସ୍ନାରାଣୀ ବଡମାଲୀ ଯୋଗ ଦେଇଥିଲେ। ଅତିଥି ମାନେ ଏଡ୍ସ ନିରାକରଣ ଓ ସଚେତନତା ବିଷୟରେ ବାର୍ତ୍ତା ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ରବି ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ଗ୍ରନ୍ଥାଗାର ବସନ୍ତ କୁମାର ସାହୁ କର୍ମଚାରୀ ଡୋଲେଶ୍ବର ରଣା, ଚମ୍ପୁ ଲାଲ ରଣା, ପ୍ରଦୀପ ଭୋଇ ପ୍ରମୁଖ ସହଯୋଗ କରିଥିଲେ।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ