Hot Posts

6/recent/ticker-posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ଦ୍ୱାରା ଆର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ରାୟଗଡ଼ା, ୦୩/୧୨ ( ଭି. ଗୌରି ଶଙ୍କର ରାଓ ) : ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ଷଡଙ୍ଗୀ ଙ୍କ ତତ୍ତ୍ବାବଧାନରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡା ପକ୍ଷରୁ ଅଦ୍ୟ ତା-୦୩-୧୨-୨୦୨୫ ରିଖ ସକାଳ ସମୟ ଘ.୯.୦୦ମି ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା କାର୍ଯ୍ୟାଳୟ ପରିସରରେ “ଆର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ” ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ପରିଚାଳନା କରିଥିଲେ I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ସଞ୍ଜିତ କୁମାର ବେହେରା, ରାୟଗଡା ବାର ଆସୋସିଏସନର ଆଇନଜୀବି ଶ୍ରୀ ସାମୁଏଲ ତାଣ୍ଡି, ଶ୍ରୀ ବିଶ୍ୱନାଥ ଗନ୍ତାୟତ, ଶ୍ରୀ କିଶୋର କୁମାର ସାହୁ, ଶ୍ରୀ ଦେବରାଜ ନାଏକ, ରାୟଗଡା ଭିନ୍ନକ୍ଷମ ମହାସଂଘ ର ସଭାପତି ଶିଶିରୋ ରାଓଲୋ ଓ ସଚିବ ଅମରେନ୍ଦ୍ର ନାଥ, ରାୟଗଡା ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ଓ ଅନ୍ୟ ଦିବ୍ୟାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ଷଡଙ୍ଗୀ ନିଜର ଅଭିଭାଷଣରେ ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ସ୍ତରରେ ରହିଥିବା ଇନ୍ଦିରାଗାନ୍ଧୀ ପେନସନ୍ ଯୋଜନା ତଥା ରାଜ୍ୟ ସ୍ତରରେ ରହିଥିବା ମଧୁବାବୁ ପେନସନ୍ ଯୋଜନା କଥା କହିବା ସଙ୍ଗେ ସଙ୍ଗେ ଉଚ୍ଚତମ ନ୍ୟାୟାଳୟର ବିଭିନ୍ନ ରାୟ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ ର ବିଭିନ୍ନ ଯୋଜନା ଉପରେ ମଧ୍ୟ୍ୟ ବିସ୍ତୃତ ଭାବରେ ଆଲୋଚନା କରିଥିଲେ I ସେହିପରି ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜ ନିଜର ଅଭିଭାଷଣରେ ଭିନ୍ନକ୍ଷମ ମାନଙ୍କର ସାମ୍ବିଧାନିକ ଅଧିକାର ଓ ସରକାର ଙ୍କ ତରଫରୁ ସେମାନଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ସଂପର୍କରେ ଅଲୋକପାତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାର ଭିନ୍ନକ୍ଷମ ମହାସଂଘ ସଭାପତି, ସଚିବ, ସମସ୍ତ ଭିନ୍ନକ୍ଷମ, ଆଇନଜୀବି ଓ ଅନ୍ୟ ଦିବ୍ୟାଙ୍ଗ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I