ଶିକ୍ଷକ ସଂଘ ପକ୍ଷରୁ ଦୁଇ ଦଫା ଦାବି ପ୍ରଦାନ ୫ରୁ ଆନ୍ଦୋଳନ ଚେତାବନୀ
ବରୀ , ୦୨/୧୨ ( ରଂଜିତ ମହାନ୍ତି ) : ପ୍ରାଥମିକ ଶିକ୍ଷକ ମହାସଂଘ ଓଡ଼ିଶା, ବରୀ ଶାଖା ପକ୍ଷରୁ ୨ ଦଫା ସମ୍ବଳିତ ଦାବିପତ୍ର ଣ୍ଡଳ ଶିକ୍ଷାଧୂକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ପ୍ରାଥମିକ ଶିକ୍ଷକମାନଙ୍କ ମୂଳ ପଦବୀକୁ ଅପଗ୍ରେଡ୍ କରି ଲେବୁଲ-୯ ଅନୁଯାୟୀ ମୂଳ ବେତନ ୩୫ ହଜାର ४ ଶହ ପ୍ରଦାନ, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକ ଠିକା ପ୍ରଥା ଉଛେଦ କରି ସମସ୍ତ ଠିକ ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରି ଆନୁମାନିକ ବଦ୍ଧିତ ଦରମା (ନ୍ଯାସନାଳ ଇନକ୍ରିମେଣ୍ଟ୍) ପ୍ରଦାନ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ଯଦି ଚଳିତ ମାସ ୪ ସୁଦ୍ଧା ଦାବି ପୂରଣ ନହୁଏ ତେବେ ୫ ରୁ ଏହି ଶିକ୍ଷାନୀତିରେ ପ୍ରଭାବିତ ଦେଢ ଲକ୍ଷ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି। ଶିକ୍ଷକ ନେତା ପ୍ରଭାକର ଜେନାଙ୍କ ଆବାହକତ୍ବରେ ଶିକ୍ଷକ ଅସୀମ ଜେନା, ସନ୍ତୋଷ ମଲିକ, ତକମିଲ ପରଭେଜ, ଗୋପୀନାଥ ସାହୁ, ସତ୍ୟ ପ୍ରକାଶ ସ୍ବାଇଁ, ହେମନ୍ତ ବିଶ୍ବାଳ, ପ୍ରଭାସ ଆଚାର୍ଯ୍ୟ, ରଶ୍ମିରେଖା ସାମଲ, ମିନତି ବେହେରା, ଶୁଭଶ୍ରୀ ବେହେରା, ଦେବେନ୍ଦ୍ର ଜେନା ପ୍ରମୁଖ ଏହି ଦାବିପତ୍ର ମଣ୍ଡଳ ଶିକ୍ଷାଧିକାରୀ ପ୍ରତିଶ୍ରୁତି ସିଂଙ୍କୁ ପ୍ରଦାନ କରିଛନ୍ତି ।