ନବୀନ ଚନ୍ଦ୍ର ବିଦ୍ୟାପୀଠରେ ପୋଷାକ ବିତରଣ
ବରୀ, ୦୧/୧୨ ( ରଂଜିତ ମହାନ୍ତି ) : ଅର୍ନ୍ତଗତ ଧାରପୁର ପଞ୍ଚାୟତର ନବୀନ ଚନ୍ଦ୍ର ସରକାରୀ ବିଦ୍ୟାପୀଠରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ମନୋଜ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧାରପୁର ପଞ୍ଚାୟତର ସରପଞ୍ଚ କୁନା ମଲିକ, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ଶ୍ରୀଧର ସେଠୀ, ପରିଚାଳନା କମିଟିର ପୂର୍ବତନ ସଭାପତି ପତି ମହେନ୍ଦ୍ର କୁମାର ଜେନା, ବର୍ତ୍ତମାନର ସ ସଭାପତି କିଶୋର ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ପୋଷାକ ବଣ୍ଟନ କରିଥିଲେ । ବିଦ୍ୟାଳୟ ନୟରେ ଅଧ୍ୟୟନରତ ମୋଟ ୧୧୨ଜଣ ଶିକ୍ଷାର୍ଥୀଙ୍କୁ ଏହି ଅବସରରେ ନୂତନ ପେ ପୋଷାକ ପ୍ରଦାନ କରାଯାଇଥିଲା ।