Hot Posts

6/recent/ticker-posts

ଶିଶୁ ସୁରକ୍ଷା ଓ ବନବାସୀ ସେବା ସମିତିର ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ପୋଷ୍ୟପୁତ୍ର ଗ୍ରହଣ ସଚେତନତା କାର୍ଯ୍ୟକ୍ରମ

କନ୍ଧମାଳ, ୦୩/୧୨ (ଅଚ୍ୟୁତ ଜାନୀ) : ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଓ ବନାବାସୀ ସେବା ସମିତିର ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ୨୦୨୫ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ ଯୋଗଦେଇ ଥିଲେ ଏବଂ ସମ୍ମାନୀତ ଅତିଥି ଭାବେ ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ ଅକ୍ଷୟ କୁମାର ସାହୁ,ଶିଶୁକଲ୍ୟାଣ କମିଟିର ମୁଖପାତ୍ର ଶ୍ରୀ ରଜତ କୁମାର ଦିଗାଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି ପଦ୍ମା, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ସ୍ନେହଲତା ସାହୁ, ବନବାସୀ ସେବା ସମିତିର ସହ ସମ୍ପାଦକ ଶ୍ରୀ ରବିନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଥିଲେ। ଶିଶୁ କଲ୍ୟାଣ କମିଟିର ମୁଖପାତ୍ର ପୋଷ୍ୟ ସନ୍ତାନ ଗ୍ରହଣରେ ଶିଶୁ କଲ୍ୟାଣ କମିଟିର କଣ କଣ ଭୂମିକା ରହିଛି ତାହା ଆଲୋଚନା କରିବା ସହିତ ଆଇନଗତ ପ୍ରକ୍ରିୟାର ବିବରଣୀ ପାଠ କରିଥିଲେ ଏବଂ ବିଭିନ୍ନ ପ୍ରଶ୍ନର ସମାଧାନ କରିଥିଲେ। ବନବାସୀ ସେବା ସମିତିର ପରିଚାଳକ ଶ୍ରୀ ରଜତ କୁମାର ଆଲିଆ ପିପିଟି ମାଧ୍ୟମରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆଇନରେ ଥିବା ବିଭିନ୍ନ ପ୍ରାବଧାନର ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କର୍ଣ୍ଣ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ କମିଟିର ସମସ୍ତ ସଦସ୍ୟ, ସମସ୍ତ ସିଡିପିଓ, ସମସ୍ତ ସିବିଆଇ,ଏ ଏନ୍ ଏମ୍, ଅଙ୍ଗନବାଡି କର୍ମୀ,ଆଶା କର୍ମୀ, ବିଭିନ୍ନ ଏନ୍ ଜି ଓର କର୍ମକର୍ତ୍ତା ଓ ସରକାରୀ କର୍ମଚାରୀ ଆଦି ଯୋଗଦେଇଥିଲେ।