ପ୍ରାଥମିକ ଶିକ୍ଷକ ମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର
କନ୍ଧମାଳ, ୦୩/୧୨ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ପ୍ରାଥମିକ ଶିକ୍ଷକ ମାନଙ୍କ ର ସମସ୍ୟା ଆଶୁ ସମାଧାନ ନିମନ୍ତେ ଖଜୁରୀପଡ଼ା ବ୍ଲକ ସଭାପତି ରଘୁନାଥ କହଁରଙ୍କ ନେତୃତ୍ୱରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ରାଜ୍ୟରେ କାର୍ଯ୍ୟରତ ଏକଲକ୍ଷ ପଚାଶ ହଜାରରୁ ପ୍ରାଥମିକ ଶିକ୍ଷକ, ଶିକ୍ଷୟତ୍ରୀ ଦୀର୍ଘ ଦିନ ରୁ ଦୁଇଟି ଦାବୀ ଉପରେ ବିଗତ ସରକାର ଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ମିଳିନାହିଁ। ଫଳରେ ନୂଆ ସରକାର ଆସିବାପରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଆଶାବ୍ୟକ୍ତ କରିଛନ୍ତି ଯେ, ଲୋକଙ୍କ ସରକାର ଆସିବାପରେ ଦିଆଯାଇଥିବା ଦାବି ନିଶ୍ଚିତ ପୂରଣ କରିବେ। ବର୍ତ୍ତମାନ ସରକାର ଙ୍କ ସହିତ ସଂଗଠନ ତରଫରୁ ବହୁବାର ଆଲୋଚନା କରିଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିନାହିଁ। ଏଣୁ ପ୍ରାଥମିକ ଶିକ୍ଷକ ମାନଙ୍କର ମୂଳ ପଦବୀ ଅପ୍ ଗ୍ରେଡ କରି ଲେଭେଲ -୯ ଅନୁଯାୟୀ ମୂଳବେତନ ୩୫,୪୦୦ ଟଙ୍କା ପ୍ରଦାନ କରିବା ଓ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି ୨୦୦୧ ମସିହା ଠାରୁ ଅଦ୍ୟାବଧି କାର୍ଯ୍ୟରତ ସମସ୍ତ ଶିକ୍ଷକ ମାନଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରି ରେ ଗଣନା କରିବା ସହିତ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ଉଦେଶ୍ୟ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବୀ କୁ ଆଗାମୀ ତା ୦୪/୧୨/୨୦୨୫ ରିଖ ମଧ୍ୟ ରେ ପୂରଣ କରିବାକୁ ଅନୁରୋଧ କରିଛନ୍ତି। ସମୟ ଅବଧି ମଧ୍ୟରେ ଦାବୀ ପୂରଣ ନ ହେଲେ ଓଡ଼ିଶା ର ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଆସନ୍ତା ୦୫/୧୨/୨୦୨୫ ରିଖ ଶୁକ୍ରବାର ଦିନ ଠାରୁ ଆନ୍ଦୋଳନ କୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସମ୍ପାଦକ ଶ୍ରୀ ପ୍ରେମାନନ୍ଦ ବେହେରା ସୂଚନା ଦେଇଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ବିହାରୀ ଦିଗାଲ ଜିଲ୍ଲାସ୍ତରୀୟ ଏକ ମିଟିଂ କୁ ଯାଇଥିବା ଯୋଗୁଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜ୍ୟୋସ୍ନାରାଣୀ ମଲିକ ଦାବିପତ୍ର ଗ୍ରହଣ କରିଥିଲେ ।