Hot Posts

6/recent/ticker-posts

୦୩ ଗୋଟି ପଦବି ନିମନ୍ତେ ମାତ୍ର ଜଣେ ଜଣେ ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର

କୋରାପୁଟ, ୦୧ / ୧୨ ( ଗୁପ୍ତ ପ୍ରସାଦ ପତ୍ରିକା ) : ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ପୁର୍ବ ନିଷ୍ପତି ଅନୁଯାୟୀ ଆଜି ତା ୩୦.୧୧.୨୦୨୫ ରିଖ ଦିନ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ନିର୍ବାଚନ ନିମନ୍ତେ ଜୟପୁର ଯାଦବ ଭବନ ଠାରେ ପ୍ରାର୍ଥୀପତ୍ର ଦାଖଲ କରିବା ନିମନ୍ତେ ସଂଘ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଥିଲା ଏ ନେଇ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀଭୂଷଣ ଦାଶ୍ ଏକ ସାମ୍ୱାଦିକ ସମ୍ମୀଳନୀ କରି ଷ୍ପଷ୍ଟ କରିଦେଇଥିଲେ, ସଂଘ ର ନିର୍ଦେଶନାମା ଅନୁଯାୟୀ ଆଜି ୧୦ ଘଟିକା ସମୟରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରୀୟା ଆରମ୍ଭ ହୋଇଥିଲା, ସଭାପତି ପଦବୀ ନିମନ୍ତେ ଶ୍ରୀ ଜଗନ୍ନାଥ ମାଝୀ ବରିଷ୍ଠ ସଦସ୍ୟ ଜଙ୍ଗଲ ବିଭାଗ, ସମ୍ପାଦକ ପଦବୀ ନିମନ୍ତେ ଗଜେନ୍ଦ୍ର ଚୈଧୁରି, ଶିକ୍ଷା ବିଭାଗ ଓ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ନାଗେଶ୍ଵର ରାଓ ଶିକ୍ଷା ବିଭାଗ ପ୍ରାର୍ଥିପତ୍ର ଦାଖଲ କରିଥିବା ନିର୍ବାଚନ କମିଟି ଘୋଷଣା କରିଥିଲେ ଉକ୍ତ ୦୩ ଜଣ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ନିର୍ବାଚନ କମିଟି ଘୋଷଣା କରିଥିଲେ, ନିର୍ବାଚନ ହେବାକୁ ଥିବା ଆଉ ଦୁଇ ଗୋଟି ପଦବୀ ନିମନ୍ତେ ପୁଣିଥରେ ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ତାରିଖ ଘୋଷଣା ହେବ କିମ୍ବା ଚୟନ କରାଯିବ ଏ ନେଇ ରାଜ୍ୟ ସଂଘ ନିଷ୍ପତି ନେବେ ବଲି ସୁଚନା ମିଳିଛି, ନିର୍ବାଚନ କମିଟି ରେ ଶ୍ରୀ କୈଳାସ ସାମନ୍ତରାୟ, ବରିଷ୍ଠ ସହାୟକ ଜିଲ୍ଲା ଶିଳ୍ପ କେନ୍ଦ୍ର ଜୟପୁର, ଶ୍ରୀ ଜଗନ୍ନାଥ ଦାଶ୍ ବରିଷ୍ଠ ସହାୟକ କ୍ଷୁଦ୍ର ଜଳସେଚନ ବିଭାଗ ଜୟପୁର, ଶ୍ରୀ ନାଗେଶ୍ଵର ରାଓ କନିଷ୍ଠ ସହାୟକ କଲାବ୍ ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟ ଓ ଶ୍ରୀ ରଜନି କାନ୍ତ ଘୋଡେ଼ଇ କନିଷ୍ଠ ସହାୟକ ସରକାରି ଉଚ୍ଚ ବିଦ୍ୟାଳୟ ଜୟପୁର ନିର୍ବାଚନିକ ଦାୟିତ୍ୱ ପରିଚାଳନା କରିଥିଲେ, ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ, ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ରାଜ୍ୟ ସଂଘ ର ଅନୁମୋଦନ କୁ ଅପେକ୍ଷା 





ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପଟ ନବଦୂତ ନ୍ଯୁଜ