ମୃତ୍ୟୁ ପରେ ଚକ୍ଷୁଦାନ କଲେ ସରସ୍ବତୀ
ବରୀ, ୨୭/୧୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଗମୁ ଗ୍ରାମର ସ୍ବର୍ଗତ ନିଧ୍ ଚରଣ ଦାସଙ୍କ ପତ୍ନୀ ସରସ୍ବତୀ (୯୮)ଙ୍କର ଚଳିତ ମାସ ୨୩ ତାରିଖରେ ରାଉରକେଲାରେ ମୃତ୍ୟୁ ଘଟିଛି। ମୃତ୍ୟୁ ସମୟରେ ଚିକିତ୍ସାଳୟରେ ଉପସ୍ଥିତ ଥିବା ପୁଅ ପ୍ରଭାତ କୁମାର ଓ ଝିଅ ପଦ୍ମିନୀ ଦାସ ତାଙ୍କ ମା' ସରସ୍ବତୀଙ୍କ ଚକ୍ଷୁଦାନ କରିବାକୁ ସହମତି ପ୍ରଦାନ କରିଥିଲେ। ଭୁବନେଶ୍ବରସ୍ଥିତ ଏଲ୍. ବି ପ୍ରସାଦ ଦୃଷ୍ଟିଦାନ ଆଖ୍ ବ୍ୟାଙ୍କ ପକ୍ଷରୁ ଏଥିପାଇଁ ପରିବାରବର୍ଗଙ୍କୁ ପ୍ରଶଂସାପତ୍ର ଦିଆଯାଇଛି।