Hot Posts

6/recent/ticker-posts

ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ, ଶ୍ରମିକଙ୍କ ପରିବର୍ତ୍ତେ JCB ମେସିନ୍‌ରେ ଚାଲିଛି କାମ

କଳାହାଣ୍ଡି, ୦୯/୦୬ ( ରିତେଶ କୁମାର ମୁଣ୍ଡ ) : ସରକାର ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ଓ ଦାଦନ ସମସ୍ୟା ରୋକିବା ପାଇଁ ମନରେଗା ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ଏହି ଯୋଜନାର ମୂଳ ଉଦ୍ଦେଶ୍ୟକୁ ଅନେକ ସ୍ଥାନରେ ଅବହେଳା କରାଯାଉଥିବା ଅଭିଯୋଗ ଉଠିଛି ,ଆଜି ଧର୍ମଗଡ ବ୍ଲକ ଗଡିଆଯୋର ଗ୍ରାମ ପଞ୍ଚାୟତ ରେ ଦେଖିବାକୁ ପାଇଛୁ ମନରେଗା ଯୋଜନାରେ ଦୁର୍ନୀତି ର ବାସନା ଦେଖା ଯାଇଛି, ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବିନା ସୂଚନା ଫଳ ରେ ଚାଲି ଛି କାମ ମନରେଗା ଯୋଜନା ଅଧୀନରେ ରାସ୍ତା କାମ ଚାଲିଥିବା ବେଳେ ଶ୍ରମିକଙ୍କ ପରିବର୍ତ୍ତେ JCB ମେସିନ୍ ବ୍ୟବହାର କରାଯାଉଛି। ଏହା ଫଳରେ ଗରିବ ଶ୍ରମିକମାନେ କାମ ପାଇବାରୁ ବଞ୍ଚିତ ହେଉଥିବା ସହ ସରକାରୀ ଅର୍ଥର ଦୁର୍ବ୍ୟବହାର ହେଉଥିବା ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ଠିକାଦାର ଓ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିମାନେ ମିଳିଭଗତରେ କାମ କରି ଯୋଜନାର ଟଙ୍କା ହଡ଼ପ କରୁଛନ୍ତି। ରାସ୍ତାର ଅବସ୍ଥା ଆଗରୁ ଯେପରି ଥିଲା, ବର୍ତ୍ତମାନ ମଧ୍ୟ ସେହିପରି ରହିଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସରକାର ଦାଦନ ସମସ୍ୟା ଦୂର କରିବା ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ କାମ ଯୋଗାଇବା ପାଇଁ ମନରେଗା ଯୋଜନା ଆଣିଥିବା ବେଳେ, ଏଭଳି ଅନିୟମିତତା ଯୋଜନାର ସଫଳତା ଉପରେ ପ୍ରଶ୍ନ ଉଠାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି ଖବର ନେଇ ଆମେ ଧର୍ମଗଡ଼ ବିଡ଼ିଓ ଙ୍କ ପାଖରେ ଯାଇ ଥିଲୁ କିନ୍ତୁ ବିଡ଼ିଓ ପ୍ରତିକ୍ରିୟା ଦେବା ପାଇଁ ମନା ଅଛି ବୋଲି କହିଲେ ଆଉ ପ୍ରତିକ୍ରିୟା ଦେଲେ ନାହିଁ। ଖବର ବାଜିଲା ପରେ ପ୍ରଶାସନ ର କିଭଳି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।