ମାଟିରେ ମିଶିଗଲା କଟକର ଐତିହାସିକ ଲାଲବାଗ ଥାନା, ୧୦୨ ବର୍ଷର ଇତିହାସର ଅନ୍ତ
କଟକ, ୦୯/୦୬ ( କାହୁଁ ଚରଣ ବାରିକ ) : ସବୁଦିନ ପାଇଁ ଆଖି ଆଗରୁ ହଜିବା ସହ ମାଟିରେ ମିଶିଗଲା କଟକ ର ଐତିହାସିକ ଲାଲବାଗ ଥାନାର ପୁରୁଣା କୋଠା । ଲାଲବାଗ କୋଠି ର ଶେଷ ଅଂଶ ଭାବେ ୧୦୨ ବର୍ଷରୁ ଉର୍ଦ୍ଧ ସମୟ ଧରି ଚାଲି ଆସିଥିବା ଲାଲବାଗ ଥାନାର ଶେଷ କୋଠା କୁ ଭାଙ୍ଗି ଦିଆଯାଇଛି। ଏହାକୁ ସଂରକ୍ଷଣ କରି ରଖିବା ପାଇଁ ଅନେକ ପ୍ରତିବାଦ ବିଭିନ୍ନ ସଂଗଠନ କରିଥିଲେ ସୁଦ୍ଧା କୌଣସି ପ୍ରଭାବ ପଡ଼ିଲା ନାହିଁ।