ବୋଡ଼େନରେ ସାମ୍ବାଦିକଙ୍କ ବନ୍ଧୁ ମିଳନ: ବ୍ଲକର ବିଭିନ୍ନ ସମସ୍ୟା ନେଇ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ନୂଆପଡା, ୦୯/୦୬ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକର ବିବିଏସଏସ (BBSS)ସାମ୍ବାଦିକ ବନ୍ଧୁ ମାନଂକୁ ନେଇ ବୋଟୋପାଲି ବନ୍ୟା ଆଶ୍ରୟସ୍ଥଳୀ ଠାରେ ବୋଡ଼େନ ବ୍ଲକର ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ବାଗ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ପରେ ବିବିଏସଏସ (BBSS) ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଭାଗ୍ୟବାନ ମାଝୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟଟି ପରିଚାଲିତ ହୋଇଥିଲା। ଏହି ବୈଠକରେ ବୋଡ଼େନ ବ୍ଲକର ବିଭିନ୍ନ ସମସ୍ୟାକୁ ପ୍ରଶାସନ ଆଗରେ ଉପସ୍ଥାପନା କରି ତାହାରି ଉନ୍ନତି କରାଯାଇ ପାରିବ ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ନିଜ ନିଜର ମତାମତ ରଖିଥିଲେ ଏବଂ ସେଗୁଡିକକୁ ଆଗାମୀ ଦିନ ମାନଂକରେ କାର୍ଯ୍ୟ କରାଯିବ ବୋଲି ସ୍ପିରୀକୃତ ହୋଇଥିଲା। ୧୫ ଅଗଷ୍ଟରେ ଚୂଡ଼ କ୍ୟାମ୍ପ, ରାସ୍ତା ସୁରକ୍ଷା ପାଇଁ ବୋଡ଼େନ ବ୍ଲକ ପୋଲିସ ପ୍ରଶାସନ ସହିତ ସାମ୍ବାଦିକ ମାନଂକୁ ନେଇ ଏକ ରାଲି କରିବା, ଚାରିଲାଇନ ବିଶିଷ୍ଟ ରାସ୍ତା ଓଭର ବ୍ରିଜ ଠାରୁ ବଜାର ଛକ ରାସ୍ତାର ଉନ୍ନତି କରଣ କରିବାକୁ ଜିଲ୍ଲାପାଳଙ୍କୁ ଜଣାଇବା, ରାହୁଲ ପଣ୍ଡା ତାରାପୁର ଗ୍ରାମର ଜଣେ କ୍ୟାନ୍ସର ରୋଗରେ ପଡି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ତାଙ୍କୁ ଆମ ସଂଗଠନ ତରଫରୁ ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରିବାପାଇଁ ବୈଠକ ରେ ନିଷ୍ପତି ନିଆଯାଇଥିଲା। ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ବିଶିକେଶନ ପଣ୍ଡା, ସାମ୍ବାଦିକ ଭାଗ୍ୟବାନ ମାଝୀ, ପ୍ରକାଶ ବାଗ, ଲମ୍ବୋଦର ବାଗ, ଗଣେଶ ବାଗ, ଉପେନ୍ଦ୍ର ବାଗ, ଦୀନେଶ ବାଗ, ନୀଳମଣି ପଣ୍ଡା, ମନୋଜ ଖମାରି, ଗୁପ୍ତେଶ୍ଵର ଜଗତ, ହିତେଶ ବାଗ, ପ୍ରମୁଖ ଯୋଗ ଦେଇଥିଲେ !ଶେଷ ରେ ସାମ୍ବାଦିକ ଉପେନ୍ଦ୍ର ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରା ଯାଇଥିଲା।