Hot Posts

6/recent/ticker-posts

କଳାବାନ୍ଦ୍ରୀ ଯୁବକ ସଂଘ ପକ୍ଷରୁ ୬ଷ୍ଠ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଖଜୁରୀପଡ଼ା, ୦୯/୦୬ ( ଅଚ୍ୟୁତ ଜାନୀ ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତର ନଗଲେଜୁ ଗ୍ରାମରେ କଳାବାନ୍ଦ୍ରୀ ଯୁବକ ସଂଘ ପକ୍ଷରୁ ୬ଷ୍ଠ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଧୁମଧାମରେ ଉଦଘାଟିତ ହୋଇଯାଇଛି।ଏହି ଅବସରରେ ଖଜୁରୀପଡ଼ା ବ୍ଲକ ବିଜେଡି ସାଧାରଣ ସମ୍ପାଦକ ରବିନ୍ଦ୍ର କୁମାର କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଖଜୁରୀପଡ଼ା ବିଜେଡି ଛାତ୍ର ସଭାପତି ଜିତେନ୍ଦ୍ର ଦେହୁରୀ, ବିଜେଡି କାର୍ଯ୍ୟକାରୀ କମିଟି ସଦସ୍ୟ ଯକ୍ଷ ବେହେରା ଏବଂ କୁଇ ସମାଜ ଯୁବ ପରିଷଦ କନ୍ଧମାଳର ସାଧାରଣ ସମ୍ପାଦକ ଅଚ୍ୟୁତ ଜାନୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଲମ୍ବାବାଡି, ଝାମ୍ପି, ନଗଲେଜୁ, ଦଳପଡା, ଆର୍ ନୂଆଗାଁ, ଜୁନିଅର ଇଲେଭେନ, କରକସ୍କା ଏବଂ ଚାରିପଡା ସମେତ ମୋଟ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି। ଟୁର୍ଣ୍ଣାମେଣ୍ଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମକୁ ସଫଳ କରିବାରେ ପରିଚାଳନା କମିଟିର ସଭାପତି ବସନ୍ତ କହଁର, ସମ୍ପାଦକ ଶ୍ରୀକାନ୍ତ କହଁରଙ୍କ ସମେତ ବୈଲଚନ ମଲିକ, ସରୋଜ କୁମାର ମଲିକ, ନଳୀତ କୁମାର କହଁର, ମାନସ କହଁର, ନିରଞ୍ଜନ କହଁର ଓ ଅନ୍ୟାନ୍ୟ ସଦସ୍ୟ ସଦସ୍ୟାମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ।