Hot Posts

6/recent/ticker-posts

ଜାମଶୂଳୀ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ।

ବାଲିଆପାଳ, ୦୬/୦୪ ( ସନ୍ୟାସୀ ବେହେରା ) : ଜାମଶୂଳୀ ସ୍ଥିତ ଲଷ୍ମୀ ନାରାୟଣ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ତିନି ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ସୋମ ବାର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। କଲେଜର ଅଧ୍ୟକ୍ଷ ପ୍ରଧ୍ୟାପକ ଦିବ୍ୟେନ୍ଦୁ କୁମାର ଗିରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଗଣିତ ବିଭାଗ ମୁଖ୍ୟ ଡ଼ ସୁକାନ୍ତ କୁମାର ଗିରି ଅତିଥି ଭାବରେ ଯୋଗ ଦେଇ ବିଦାୟ ସମ୍ବର୍ଦ୍ଧନା ଉତ୍ସବର ପରମ୍ପରା ଓ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କାର୍ଯ୍ୟ ପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଯୁକ୍ତ ତିନି ପ୍ରଥମ ଓ ଦ୍ଵିତୀୟ ବର୍ଷ ସମ୍ମାନ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ତୃତୀୟ ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇ ଥିଲେ। ବିଭାଗୀୟ ମୁଖ୍ୟ ପ୍ରଧ୍ୟାପକ ଡ଼ ଶିବନାରାୟଣ ମହାପାତ୍ର ଅତିଥି ପରିଚୟ ଓ ବିଭାଗୀୟ ଅଧ୍ୟାପକ ଆଶୁତୋଷ ଯତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଚତୁର୍ଥ ଶ୍ରେଣୀ କର୍ମଚାରୀ ରାଧାକୃଷ୍ଣ ପ୍ରଧାନ ମଧ୍ୟ ଅଭିଭାଷଣ ପ୍ରଦାନ କରିଥିଲେ।ବିଭାଗୀୟ ଡେମୋନଷ୍ଟ୍ରେଟର ସୁନାଲିକା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।