Hot Posts

6/recent/ticker-posts

ବରିଷ୍ଠ ନାଗରିକ ଆଇନଗତ ଅଧିକାର ଓ ସୁରକ୍ଷା ସଚେତନତା ଶିବିର

ଫୁଲବାଣୀ, ୬/୨ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ସଦରମହକୁମା ଫୁଲବାଣୀ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଏକ ଦିବସୀୟ ବରିଷ୍ଠ ନାଗରିକଙ୍କ ଆଇନଗତ ଅଧିକାର ଓ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଅଛି । ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ , ପଂଚାୟତ ସମିତି ଅଧକ୍ଷ୍ୟା, ସସ୍ମିତା କହ୍ନର, ଉପାଧକ୍ଷ୍ୟ, ଶ୍ରୀ ନିବାସ କହଁର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସୁନିତା ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ପି. ପଦ୍ମା, ହେଲ୍ପ ଏଜ ଇଣ୍ଡିଆ ମୁଖ୍ୟ ପ୍ରଶିକ୍ଷକ , ଦେବଶ୍ରୀ ବ୍ରହ୍ମା , ଜିଲ୍ଲା ବରିଷ୍ଠ ନାଗରିକ କର୍ମ କର୍ତା ପଦ୍ମ ଚରଣ ସ୍ବାଇଁ , ସର୍ବେଶ୍ଵର ମିଶ୍ର ଏବଂ ନବୀନ କିଶୋର ପଣ୍ଡା ଯୋଗଦାନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ପି. ପଦ୍ମା ପ୍ରାରମ୍ଭିକ ଭାଷଣ ଦେଇଥିଲେ । ହେଲ୍ପ ଏଜ ଇଣ୍ଡିଆ ମୁଖ୍ୟ ପ୍ରଶିକ୍ଷକ ଏହି ସଚେତନତା ଶିବିର ରେ ବରିଷ୍ଠ ନାଗରିକଙ୍କ ଆଇନଗତ ଅଧିକାର, ବୟସ୍କ ବ୍ୟକ୍ତିଙ୍କ ସାଧାରଣ ସମସ୍ୟା, ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଏବଂ କଲ୍ୟାଣ ଅଧିନିୟମ, (MWPSCA) 2007 ଉପରେ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅକ୍ଷୟକୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।