Hot Posts

6/recent/ticker-posts

ଆରଏସଏସ ଜୟପୁର ନଗର ର ବିଜୟା ଦଶମୀ ଉତ୍ସବ ପାଳନ।

ଜୟପୁର, ୦୩|୧୦ ( ଏ. ଭେଙ୍କଟ ରାଓ ) :ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଜୟପୁର ନଗରର ବିଜୟା ଦଶମୀ ଉତ୍ସବ କେଶବ ପ୍ରଭାତ ଶାଖା ସୂର୍ଯ୍ୟ ମୋହଲ ଠାରେ ଅନୁଷ୍ଠିତ ହୋଇଛି।୧୯୨୫ ମସିହା ବୀଜୟା ଦଶମୀ ଦିନ ସଂଘ ସ୍ଥାପନା କରାଯାଇଥିଲା ଚଳିତ ବର୍ଷ ସଂଘର ଶତବାର୍ଷିକୀ ଉତ୍ସବ ପାଳନ କରା ଯାଉଛି।ଆରଏସଏସ ପ୍ରମୁଖ ଛଅ ଗୋଟି ଉତ୍ସବ ମଧ୍ୟରୁ ବୀଜୟା ଦଶମୀ ଉତ୍ସବ ଅନ୍ୟତମ।ଆଜିର ଏହି ଉତ୍ସବଟି ନଗର କାର୍ଯ୍ୟବାହ ଡ ମୋନରଞ୍ଜନ ପ୍ରଧାନ ଙ୍କ ତତ୍ୱାବଧନରେ ହୋଇଥିଲା। ଏହି ଉତ୍ସବରେ ଅତିଥି ଭାବେ ବାବୁ ଭାଇ ବଜରଙ୍ଗି ରହିଥିବା ବେଳେ ମୁଖ୍ୟ ବକ୍ତା ଜିଲ୍ଲା ମହେଶ୍ୱର ମିଶ୍ର ଏବଂ ନଗର ସଂଘ ଚାଳକ ଡ଼. ନିରଞ୍ଜନ ମିଶ୍ର ମଞ୍ଚାସିନ ଥିଲେ।ପ୍ରଥମେ ସାମୁହିକ ଗୀତ ଭାରତ ମାତାଙ୍କ ଉଦେଶ୍ୟରେ ଗାନ କରିଥିବା ବେଳେ ମୁଖ୍ୟ ବକ୍ତା ବୀଜୟା ଦଶମୀ ସଂଘରେ ପାଳନ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ ଶେଷରେ ବାବୁଭାଇ ବଜରଙ୍ଗୀ ସଂଘ ସମ୍ବନ୍ଧେ ବକ୍ତବ୍ୟୋ ରଖିଥିଲେ ଏବଂ ନଗର ସଂଘ ଚାଳକ ଡ ମିଶ୍ର ଶତାବ୍ଦୀ ବର୍ଷ ପୂର୍ତ୍ତି ରେ ପଞ୍ଚ ପରିବର୍ତ୍ତନ ସମ୍ବନ୍ଧେ ବକ୍ତବ୍ୟୋ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶିକ୍ଷକ ରୂପେ ସୁବ୍ରତ ପଣ୍ଡା ରୋହିଥୀବା ବେଳେ ପ୍ରାର୍ଥନା ଶୁଭମ ପଣ୍ଡା ଗାନ କରିଥିଲେ ଏହି କାର୍ଯ୍ୟକ୍ରମରେ ଜୟପୁର ନଗରର ସ୍ୱୟଂସେବକ ଏବଂ ଶୁଭେଛୁ ମାନେ ଉପସ୍ଥିତ ଥିଲେ।