ହରଗୌରୀ ଯୁବକ ସଂଘ ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ
କର୍ଲାମୁଣ୍ଡା, ୦୬/୦୭ (ସୁଶାନ୍ତ ରଣା): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମେରା ୟୁଵା ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ ଆଜି କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଶାନ୍ତିବନ ପରିସରରେ ମା ପାଇଁ ଗଛ ଟିଏ ଓ ବିଶ୍ୱ ବନ ମହୋତ୍ସବ ଉପଲକ୍ଷେ ବିଭିନ୍ନ କିସମର ଦୁଇ ସହ ବୃକ୍ଷ ରୋପଣ କରାଯାଇଥିଲେ I ଏଥିରେ ମୁଖ୍ୟ ଅତିଥିଭାବେ ଅମର ଯୁକ୍ତତିନି ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରୀ ରାଜେନ୍ଦ୍ର ଗହୀର, କର୍ଲାମୁଣ୍ଡା ବ୍ଲକ ସାଂସଦ ପ୍ରତିନିଧି ହୃଦାନନ୍ଦ ସାହୁ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ ଓ ସେବା ଜଗତ ମ.ରାମପୁର କର୍ମକର୍ତ୍ତା ଅମିତ କୁମାର ସାହୁଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା I ବୃକ୍ଷ ଆମର ମା ସଦୃଶ, ମା ପନତକାନି ଆମକୁ ଯେମିତି ଖରା ବର୍ଷା ଶୀତରୁ ସୁରକ୍ଷା ପ୍ରଦାନ କରେ ଗଛ ଟିଏ ମଧ୍ୟ ଆମକୁ ଏକ ପ୍ରଦୂଷଣ ମୁକ୍ତ ପରିବେଶ ଦେଇ ଆମର ଜୀବନକୁ ଉର୍ଜା ଦେଇଥାଏ ବୋଲି ପ୍ରକୃତି ବନ୍ଧୁ ଶ୍ରୀ ସାହୁ ମତ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ହରଗୌରୀ ଯୁବକ ସଙ୍ଘ କୁଶୁର୍ଲା ସମସ୍ତ କର୍ମକର୍ତ୍ତା ଓ ଅମର ଯୁକ୍ତ ତିନି ମହାବିଦ୍ୟାଳୟ କୁଶୁର୍ଲା ଏନଏସଏସ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ I ଶେଷରେ ହରଗୌରୀ ଯୁବକ ସଂଘର ସଭାପତି ଯୁଗେଶ ଚନ୍ଦ୍ର ଜାନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I