ନୂଆପଡ଼ା ଜିଲ୍ଲା ରେ ଛାତ୍ର ସଂସଦ ନିର୍ବାଚନ ଆଜି, ଦୁଇ ଗୋଟି କଲେଜ ରେ ନିର୍ବାଚନ ଅନୁଷ୍ଠିତ, ଶାନ୍ତି ଶୃଙ୍ଖଳା ରେ ମତଦାନ
ନୂଆପଡ଼ା, ୧୫/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ରେ କଲେଜ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ। ଜିଲ୍ଲାର ଦୁଇ ଗୋଟି କଲେଜ ରେ ମତଦାନ ହେଉଥିବା ବେଳେ ଏକମାତ୍ର ସରକାରୀ କଲେଜ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଏବଂ ନେସନାଲ କଲେଜ ନୂଆପଡ଼ା ଠାରେ ଭୋଟ ଗ୍ରହଣ ହେଉଅଛି। ମଡେଲ ଡିଗ୍ରୀ କଲେଜ ରେ ୧୮୧୦ ଜଣ ଭୋଟର ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୪୭୬ ଜଣ ସାବ୍ୟସ୍ତ କରିଛନ୍ତି। ନୂଆପଡ଼ା ନେସନାଲ କଲେଜ ରେ ୧୨୩୧ ଜଣ ଭୋଟର ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୯୧ ଜଣ ଛାତ୍ର ଛାତ୍ରୀ ଭୋଟର ନିଜ ମତ ସାବ୍ୟସ୍ତ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଅଛି। ଗଣତନ୍ତ୍ର ଏବଂ ପ୍ରଜାତନ୍ତ୍ର ରେ ନିଜ ପ୍ରାର୍ଥୀ ନିଜେ ଚୟନ କରିବା ସୁଯୋଗ ସୃଷ୍ଟି କରିଥିବା ପାଇ ନିଜକୁ ଧନ୍ୟ ମନେ କରିଛନ୍ତି। ନିଜ ମତ ସାବ୍ୟସ୍ତ କରି ନିଜ କଲେଜ ଥିବା ସମସ୍ୟା କୁ ସୁଧାର ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ କରି ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେଉଥିବା ପ୍ରକାଶ କରିଛନ୍ତି। ମଡେଲ ଡିଗ୍ରୀ କଲେଜ ରେ ୬ ଗୋଟି ମତଦାନ କେନ୍ଦ୍ର ରହିଅଛି। ଜଣେ ପୋଲିଙ୍ଗ ଅଧିକାରୀ ଏବଂ ତିନି ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି। କଲେଜ ପରିସରରେ ଆଇକାର୍ଡ ଏବଂ କଲମ ନେଇ ଭିତରକୁ ପ୍ରବେଶ ର ଅନୁମତି ଦେଇଥିଲେ।କଡ଼ା ସୁରକ୍ଷା ବ୍ୟବସ୍ଥା।