କଳାହାଣ୍ଡି, ୩୦/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଠାରେ ଝାମୁ ଯାତ୍ରା ଆଜି ବୁଧୁବାର ଦିନ ଅନୁଷ୍ଠିତ ହୋଇଯାଇଛି I ଏହି ଝାମୁଯାତ୍ରା ଦେଖିବାକୁ ପଡୋଶୀ ଜିଲ୍ଲ ରାୟଗଡା ଜିଲ୍ଲା, କନ୍ଧମାଳ ଜିଲ୍ଲା, ନୂଆପଡା ଜିଲ୍ଲା ଓ ପଡୋଶୀ ରାଜ୍ୟ ଛତିଶଗଡ ଏବଂ ଆନ୍ଧ୍ର ପ୍ରଦେଶରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ଏହି ଝାମୁଯାତ୍ରା ଟି ଭାଦ୍ରବ ମାସ ଶୁକ୍ଲପକ୍ଷ ଦଶମୀ ତିଥିରେ ନୁଆଁଖାଇ ଦିନ ଠାରୁ ଆରମ୍ଭ ହୋଇଥାଏ,ସେହି ଦିନ ଠାରୁ ଆରମ୍ଭ ହୋଇ ନଅ ଦିନ କାଳ ଯାତ୍ରା ଲାଗିରହିଥିଲା I ନୁଆଁଖାଇ ଦିନ ସନ୍ଧ୍ୟା ସମୟରେ ସମସ୍ତ ପୂଜାରୀ ଏକତ୍ରିତ ହୋଇ ଲାଞ୍ଜିଗଡ ରଜାଙ୍କ ଘରକୁ ବା ରାଜବାଟିକୁ ଯାଇଥାନ୍ତି,ସେଠାରେ ପୂଜାରୀଙ୍କ ଦେହରେ କାଳିସୀ ଲାଗିଥାଏ ତାପରେ ରାଜବାଟିରୁ ଖଣ୍ଡା ଧରି ଝାମୁ ଯାତ୍ରାର ଅସ୍ଥାୟୀ ମନ୍ଦିରକୁ ଆସି ଥାନ୍ତି, ଆସିବା ସମୟରେ ବାଟରେ ସମସ୍ତ ସାଇ ମାନଙ୍କରେ ସେହି ଖଣ୍ଡାକୁ ପୂଜା ଅର୍ଚ୍ଚନା ବନ୍ଦାପନା କରିଥାନ୍ତି I ତା ପର ଦିନ ସନ୍ଧ୍ୟା ସମୟରେ ପୂଜାରୀଙ୍କ ମୁଣ୍ଡରେ କାଳିସୀ ଲାଗି ଅସ୍ଥାୟୀ ମନ୍ଦିର ସମ୍ମୁଖରେ ପ୍ରତେକ ଦିନ ନାଚିଥାନ୍ତି, ଅଷ୍ଟମ ଦିନ ପର୍ଯ୍ୟନ୍ତ ପୂଜାରୀଙ୍କ ମୁଣ୍ଡରେ ଅଗ୍ନି ଭୈରବ କାଳିସୀ ଲାଗି ନାଚିଥାନ୍ତି I ଅଷ୍ଟମ ଦିନ ବଡି ଭୋରୁ ମୁଣ୍ଡଛୀନା ପୂଜାରୀ ଓ କିଛି ଶ୍ରଦ୍ଧାଳୁ ମିଶି ଜମେରI କଣ୍ଟାର ଗାଦି ଆଣିବା ପାଇଁ ନିୟମଗିରି ପର୍ବତ କୁ ଖୋଜି ଆଣିବାକୁ ଯାଇଥାନ୍ତି,ସେଠାରୁ ଜମେରI କଣ୍ଟାର କଣ୍ଟର ଗଦିଆ ଧରି ଆସିଥାନ୍ତି ଅପରାହ୍ନ ୦୫ ଘଣ୍ଟା ସମୟରେ ନେଇ ବାଜା ଓ ଘୁମୁରା ବଜେଇ-ବଜେଇ ନେଇ ଆସିଥାନ୍ତି I ଝାମୁଯାତ୍ର ଚାରି ପାଞ୍ଚ ଦିନ ପୂର୍ବରୁ ଜଙ୍ଗଲକୁ ଲାଞ୍ଜିଗଡ ଗ୍ରାମର କିଛି ଶ୍ରଦ୍ଧାଳୁ ଯାଇ ଶୁଖିଲା କାଠ ଧରିକରି ନିଜ ନିଜର ସୁବିଧାରେ ଗାଡ଼ିରେ ଝାମୁ ଯାତ୍ରାରେ ନିଆଁ ଲଗେଇବା ପାଇଁ କାଠ ଆଣିଥାନ୍ତି I ପରେ ନଅ ଦିନିର ଦିନ ସକାଳୁ ୦୮ ଘଣ୍ଟା ସମୟରେ ପୂଜା ଅର୍ଚ୍ଚନା କରି ସାରି ନିଆଁ ଅଗ୍ନି ଭୈରବ ପୂଜାରୀଙ୍କ ମଣ୍ଡରେ କାଳିସୀ ଲାଗି ଥାଏ ତାପରେ ନିଆଁ ସଂଯୋଗ କରାଯାଇଥିଲା I ସେହି ଦିନ ହିଁ ମଧ୍ୟାହ୍ନ ସମୟରେ ଲାଞ୍ଜିଗଡର ଗ୍ରାମ ଇଷ୍ଟ ଦେବତାଙ୍କୁ ଭୈରବ ମନ୍ଦିରକୁ ପୂଜା ଅର୍ଚ୍ଚନା କରିବା ପାଇଁ ସମସ୍ତ ପୂଜାରୀ ଯାଇଥାନ୍ତି, ତାଙ୍କ ସାଥିରେ ଲାଞ୍ଜିଗଡ ରଜା ସୁରେନ୍ଦ୍ର ପ୍ରତାପ ସିଂ ଦେଓ ଯାଇଥାନ୍ତି I ଯାଇ ସେହି ମନ୍ଦିରରେ ରଜାଙ୍କ ଉପସ୍ଥିତରେ ପୂଜା ସରିବା ପରେ ସେଠାରୁ ବାଜା, ଘୁମୁରା ବଜେଇ ବଜେଇ ଫେରି ପରେ ଝIମିମଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା, ଅପରାହ୍ନ ୦୪ ଘଣ୍ଟା ୩୦ ମିନିଟ ସମୟରେ I ଏହି ଝାମିମଡା ଯାତ୍ରା ହେବା ପୂର୍ବରୁ ପ୍ରଥମେ ଅଗ୍ନି ଭୈରବ କଣ୍ଟର ଗାଦିରେ ବସି ଦୋଳି ଝୁଲନ୍ତି ତାପରେ ଯେଉଁ ନିଆଁ ଲଗା ଯାଇଥିବା ନିଆଁ ଉପରେ ଚାଲିଥାନ୍ତି I ତାପରେ ପୂଜାରୀ ଙ୍କ ମୁଣ୍ଡରେ କାଳିସୀ ଲାଗିଥିବା ସମୟରେ ରାଜବାଟି କୁ ଯାଇଥାନ୍ତି ସେଠାରେ ଭୋଗ ଖାଇ ପଣା ପିଇ ସିଧା ଅସ୍ଥାୟୀ ମନ୍ଦିରକୁ ଫେରିବା ରାସ୍ତାରେ ଭୋଗ ଖାଇ ଫିରିଥାନ୍ତି I ପରେ ମାନସିକ ଧାରୀ ନଡ଼ିଆ, କଦଳୀ, ଖଇ ମୁଆଁ ଭୋଗ ପୂଜା କରାଯାଇଥିଲା, ମାନସିକ ଧାରୀ ମାନେ ଛେଳି,କୁକୁଡ଼ା,ପାରା, ପୋଢ଼ ବଳୀ ଦିଆ ଯାଇଥିଲା ତାପରେ ଯାଇ ନଅ ଦିନର ଝାମୁଯାତ୍ରାଟି ପରିସମାପ୍ତ ହୋଇଥିଲା I ଝାମୁଯାତ୍ରା ଶେଷ ଦିନ ରାତ୍ରରେ ଝାମୁଯାତ୍ର ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
