ସିନାପାଲି ବ୍ଲକର ବିଭିନ୍ନ ମହିମା ପୀଠରେ ଗହ୍ମା ପୂର୍ଣ୍ଣିମା ପାଳିତ ନୂଆ ଅନ୍ନ ସେବନ କଲେ ମହିମା ଧର୍ମାବଲମ୍ବୀ
ନୂଆପଡା, ୨୯/୦୮ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ମହିମା ଧର୍ମ ପୀଠରେ ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନୂଆ ଅନ୍ନ ସେବନ କାର୍ଯ୍ୟକ୍ରମ ପାଳିତ ହୋଇଛି । ଏହି ଅବସରରେ ବିଭିନ୍ନ ମହିମା ପୀଠରେ ମହିମା ଧର୍ମାବଲମ୍ବୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପୀଠଗୁଡ଼ିକରେ ଦିନତମାମ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଗହ୍ମା ପୂର୍ଣିମା ଅବସରରେ ସକାଳୁ ବିଭିନ୍ନ ମହିମା ପୀଠରେ ଧାର୍ମିକ ପରମ୍ପରା ଅନୁଯାୟୀ ନୀତିକାନ୍ତି ଓ ପୂଜାର୍ଚ୍ଚନା କରାଯାଇଥିଲା । ମହି ମା ଧର୍ମାବଲମ୍ବୀମାନେ ପୀଠରେ ଏକତ୍ରିତ ହୋଇ ମହିମା ପ୍ରଭୁଙ୍କୁ ସ୍ମରଣ କରିବା ସହ ଗୁରୁଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ଅର୍ପଣ କରିଥିଲେ । ପରେ ପୀଠରେ ନୂଆ ଅନ୍ନ ପ୍ରସ୍ତୁତ କରାଯାଇ ଧାର୍ମିକ ପରମ୍ପରା ଅନୁଯାୟୀ ଭକ୍ତମାନେ ନୂଆ ଅନ୍ନ ସେବନ କରି ଥି ଲେ । ସରଧାପୁରସ୍ଥିତ ମହିମା ପୀଠରେ ଗୋକୁଳାନନ୍ଦ ବାବାଙ୍କ ନେତୃତ୍ୱରେ ଗହ୍ମା ପୂର୍ଣ୍ଣିମା କାର୍ଯ୍ୟକ୍ରମ ଆୟୋଜିତ ହୋଇଥ୍lଲା । ଏଠାରେ ବହୁ ସଂଖ୍ୟାରେ ମହିମା ଧର୍ମାବଲମ୍ବୀ ଓ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ଭକ୍ତମାନେ ମହିମା ପ୍ରଭୁଙ୍କୁ ସ୍ମରଣ କରିବା ସହ ଗୁରୁଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରି ନୂଆ ଅନ୍ନ ସେବନ କରିଥିଲେ । ପୀଠ ପରିସରରେ ଭଜନ, ନାମସ୍ମରଣ ଓ ଧାର୍ମିକ ଆଲୋଚନା ମଧ୍ୟରେ ପରିବେଶ ଆଧ୍ୟାତ୍ମିକମୟ ହୋଇ ହାଇଉଠିଥିଲା ସ୍ଥିତ ମହିମା ସେହିପରି ସିନାପାଲିସ୍ଥିତ ଦାସ ବାବାଙ୍କ ପୀଠରେ ମଧ୍ଯ ରବୀନ୍ଦ୍ର ଦାସ ର୍ଣିମା ପାଳନ ନେତୃତ୍ୱରେ ଗହ୍ମା ପୂର୍ଣିମ କରାଯାଇଥିଲା। ଏଠାରେ ମହିମା ଧର୍ମାବଲମ୍ବୀମାନେ ନେ ଏକତ୍ରିତ ହୋଇ ମହି ମା ପ୍ରଶ୍ନ ପ୍ରଭୁ ଙ୍କ ଆରାଧନା କରି ଥିଲେ । ପରେ ପରମ୍ପରା ଅନୁଯାୟୀ ନୂଆ ଅନ୍ନ ସେବନ କରି ଥିଲେ । ଏହି ଅବସରରେ ଭକ୍ତମାନଙ୍କ ମଧ୍ଯରେ ଭକ୍ତି ଓ ଉତ୍ସାହପରିଲକ୍ଷିତ ହୋଇଥିଲା । ମହିମା ଧର୍ମରେ ଗୁରୁ ଓ ଆଧ୍ୟାତ୍ମିକ ଚେତନାକୁ ବିଶେଷ ଗୁରୁତ୍ବ ଦିଆଯାଏ । ଗହ୍ମା ପୂର୍ଣି ମା ଭଳି ପବିତ୍ର ଅବସରରେ ମହି ମା ଧର୍ମାବଲମ୍ବୀମାନେ ନିଜ ଧର୍ମର ନୀତି, ଆଦର୍ଶ ଓ ପରମ୍ପରାକୁ ସ୍ମରଣ କରିଥିଲେ ଲି। ନୂଆ ଅନ୍ନ ସେବନ ମାଧ୍ୟମରେ ପ୍ରଭୁଙ୍କ ପ୍ରତି କୃତଜ୍ଞତା ଓ ଗ ଭକ୍ତିଭାବ ପ୍ରକାଶ କରିଥିଲେ । ଏହି ଅବସରରେ ମହି ମା ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଭାଇଚାରା, ଏକତା ଓ ପରସ୍ପର ସହଯୋଗର ଭାବନା ଦୃଢ଼ ହୋଇଥିଲା। ବିଭିନ୍ନ ମହି ମା ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ଓ ଧାର୍ମିକ ପରି ବେଶକୁ ନେଇ ସିନାପାଲି ବ୍ଲକରେ ଗହ୍ମା ପୂର୍ଣିମା ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଥିଲା ।