କଳାହାଣ୍ଡି, ୧୯/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣାସ୍ଥିତ ଲଳିତ ଇଲେକ୍ଟ୍ରୋନିକ୍ସ ପରିସରରେ ଧୁମଧାମରେ ପାଳିତ ହୋଇଛି ବିଶ୍ୱ ଫଟୋଗ୍ରାଫି ଦିବସ। ଲଳିତ ଇଲେକ୍ଟ୍ରୋନିକ୍ସର ପ୍ରତିଷ୍ଠାତା ସଚିନ ଅଗ୍ରୱାଲଙ୍କ ଆୟୋଜନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଫଟୋଗ୍ରାଫର ଆସୋସିଏସନର ସଭାପତି ରଞ୍ଜନ ସାହୁଙ୍କ ସମେତ ବହୁ ଫଟୋଗ୍ରାଫର ଓ ସାମ୍ବାଦିକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର, ସତ୍ୟନାରାୟଣ ମହାପାତ୍ର ଓ ରାଜକୁମାର ସିଂଦେଓ ଯୋଗଦେଇ ବିଶ୍ୱ ଫଟୋଗ୍ରାଫି ଦିବସର ମହତ୍ତ୍ୱ ସହ ଫଟୋଗ୍ରାଫି ଏବଂ ଫଟୋ ସାମ୍ବାଦିକତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବକ୍ତାମାନେ କହିଥିଲେ, ଫଟୋଗ୍ରାଫି କେବଳ ଏକ ଛବି ନୁହେଁ; ଏହା ସମୟ, ଘଟଣା ଓ ସ୍ମୃତିକୁ ସାଇତି ରଖିବା ସହ ସମାଜର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିବାର ଏକ ଶକ୍ତିଶାଳୀ ମାଧ୍ୟମ। ବିଶେଷକରି ଫଟୋ ସାମ୍ବାଦିକତା ମାଧ୍ୟମରେ ଅନେକ ଅକୁହା କାହାଣୀ ଲୋକଲୋଚନକୁ ଆସିଥାଏ ବୋଲି ସେମାନେ ମତ ଦେଇଥିଲେ। ଏହି ଅବସରରେ ମନରଞ୍ଜନ ମହାପାତ୍ର, ଯଶୋବନ୍ତ ଧଙ୍ଗଡ଼ାମାଝୀ, ହେମନ୍ତ ରୟ, ଦୁଃଖିଶ୍ୟାମ ପ୍ରଧାନ, ମହମ୍ମଦ ଫିରୋଜ, ତୁଳମଣି ନାଗ, କବିରାଜ ଦୁର୍ଗା ଓ ବିଷ୍ଣୁ ଚରଣ ସ୍ୱାଇଁଙ୍କ ସମେତ ବହୁ ସାମ୍ବାଦିକ ଓ ଫଟୋଗ୍ରାଫର ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଲଳିତ ଇଲେକ୍ଟ୍ରୋନିକ୍ସର ପ୍ରତିଷ୍ଠାତା ସଚିନ ଅଗ୍ରୱାଲ। କାର୍ଯ୍ୟକ୍ରମରେ ଫଟୋଗ୍ରାଫର ଓ ସାମ୍ବାଦିକମାନେ ନିଜ ଅନୁଭୂତି ବାଣ୍ଟିବା ସହ ଫଟୋଗ୍ରାଫି କ୍ଷେତ୍ରର ବିଭିନ୍ନ ଦିଗ ଉପରେ ମତବିନିମୟ କରିଥିଲେ। ଶେଷରେ ସମସ୍ତଙ୍କ ଉପସ୍ଥିତିରେ କେକ୍ କାଟି ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ କରାଯାଇଥିଲା। ଆୟୋଜକଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା।



କଳାହାଣ୍ଡି ଭବାନୀପାଟଣାରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ