ଗେଲ୍ ଇଣ୍ଡିଆର ବେପରୁଆ କାମ ବିରୋଧରେ ସୁଭାଷ ସଂଗଠନର ପ୍ରତିବାଦ - ମ୍ୟାନେଜରଙ୍କୁ ଲିଖିତ ଚେତାବନୀ।
କଟକ, ୦୨/୦୭ ( କାଁହୁ ଚରଣ ବାରିକ ) : କଟକ ଗେଲ୍ (ଇଣ୍ଡିଆ) ଲିମିଟେଡ୍ ଦ୍ୱାରା କଟକ ସହରର ବିଭିନ୍ନ ଅଞ୍ଚଳରେ ଗ୍ୟାସ୍ ପାଇପ୍ ଲାଇନ୍ ପାଇଁ କରାଯାଇଥିବା ଖନନ କାର୍ଯ୍ୟ ପରେ ରାସ୍ତା ମରାମତି ନକରି ଛାଡି ଦିଆଯାଇଥିବାରୁ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ସୁଭାଷ ସଂଗଠନ ପକ୍ଷରୁ ପ୍ରତିଷ୍ଠାତା ସଭାପତି ସୁରେଶ ମିହାନ୍ତିଙ୍କ ନେତୃତ୍ୱରେ ଏକାଧିକ ଜନସାଧାରଣଙ୍କୁ ନେଇ ଗେଲ୍ ଇଣ୍ଡିଆ କଟକ କାର୍ଯ୍ୟାଳୟକୁ ଯାଇ କମ୍ପାନୀର ମ୍ୟାନେଜରଙ୍କୁ ଲିଖିତ ଅଭିଯୋଗ ପତ୍ର ଓ ଚେତାବନୀ ପ୍ରଦାନ କରାଯାଇଛି। ମୁଖ୍ୟ ଅଭିଯୋଗ ମଧ୍ୟରେ ବାଦାମବାଡ଼ି, ଲିଙ୍କ୍ ରୋଡ୍, ମଙ୍ଗଳାବାଗ୍ ଆଦି ଅଞ୍ଚଳରେ ଗେଲ୍ ଦ୍ୱାରା ଖୋଳାଯାଇଥିବା ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଏହା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ବିଶେଷ କରି ରାତି ଓ ବର୍ଷା ଦିନେ ଦୁଇଚକିଆ ଆରୋହୀ, ବୟସ୍କ ବ୍ୟକ୍ତି ଓ ଆମ୍ବୁଲାନ୍ସ ପାଇଁ ଏହା ଗମ୍ଭୀର ବିପଦ ପାଲଟିଛି।
କଟକ ରୁ ରିପୋଟର କାଁହୁ ଚରଣ ବାରିକ
ନବଦୂତ News#