କଟକ ଶିଶୁଭବନ ପରିଦର୍ଶନ କଲେ ବିଧାୟିକା ସୋଫିଆ ଫିରଦୋସ, ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ସମୀକ୍ଷା ବୈଠକ
କଟକ, ୧୫/୦୭ ( କାହୁଁ ଚରଣ ବାରିକ ) : ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ କଟକ ଶିଶୁଭବନ ପରିଦର୍ଶନ କରିବା ସହ ପରେ ସୁପରିଟେଣ୍ଡେଣ୍ଟ (ଅଧୀକ୍ଷକ)ଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଶିଶୁଭବନର ବିଭିନ୍ନ ସମସ୍ୟା ଓ ଚିକିତ୍ସା ସେବ ସବାର ଉନ୍ନତିକରଣ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ବିଶେଷ କରି ମେଡିକାଲରେ ଆଇସିୟୁ (ICU) ବେଡ୍ ସଂଖ୍ୟା ଖ୍ୟା ବୃଦ୍ଧି କରିବା, ଦୀର୍ଘ ଦିନ ଧରି ଲାଗି ରହିଥିବା କ କର୍ମଚାରୀ ଓ ଡାକ୍ତରୀ ରୀ ଷ୍ଟାଫ୍ ଅଭାବ ଦୂର କରିବା ଏବଂ ରୋଗୀଙ୍କ ସହିତ ଆସୁଥିବା ସମ୍ପର୍କୀୟ ବା ଆଟେଣ୍ଡାଣ୍ଟମାନଙ୍କ ରହିବା ପାଇଁ ସ୍ବତନ୍ତ୍ର ସେଡ୍ ନିର୍ମାଣ କରିବା ଦିଗରେ ବିଧାୟିକା ଗୁରୁତ୍ୱାରୋପ କରିଛନ୍ତି।