କାଶୀପୁର, ୨୩/୦୬ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡୀଙ୍ଗାମାଳୀ ବକସାଇଟ ଖଣି ଖନନ 3.6 ମିଲିୟନ ଟନ ରୁ 6 ମିଲିୟନ ଟନ କୁ ବୃଦ୍ଧି କରିବା ପାଇଁ ଆଜି ରାୟଗଡା ଅଶୋକକଲ୍ୟାଣ ମଣ୍ଡପ ଠାରେ ଓଡିଶା ଖଣି ନିଗମ ଓ ଜିଲ୍ଲା ପ୍ରଶାସନ ର ମିଳିତ ରେ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l କାଶୀପୁର ବ୍ଲକ ର ପୋଡ଼lପlଡି ପଂଚାୟତ ର 5ଟି ଗ୍ରାମ କଂସାରୀଗୁଡା,  ପୋଡ଼lପାଡି, କିନ୍ଦରିପଦର, ଫୁଲଜବl, ଉପର କୋଡୀଙ୍ଗା, ବାଙ୍କାମ୍ବ ପଂଚାୟତ ର ବାଙ୍କାମ୍ବ ଓ ବଜରଗଡ଼ ର ଗ୍ରାମବାସୀ ଉପସ୍ଥିତ ରହି ପ୍ରlୟ 26 ଜଣ ନିଜ ବକ୍ତବ୍ୟ ରେ ପାନୀୟ ଜଳ ଯୋଗାଣ, ପକlରାସ୍ତା ନିର୍ମାଣ, ଶିକ୍ଷା ଓ ସ୍ଵାସ୍ତ୍ୟ କ୍ଷେତ୍ର ର ଉନତି, ପକା ଘର, ଓ ଭତ୍ତା ପ୍ରଦାନ, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦାବି ଜଣେଇଥିଲେ l ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ନିହାର ରଞ୍ଜନ କହଁର ଓ ଓଡିଶା ଖଣି ନିଗମ ଅଧିକାରୀ ସମସ୍ତ ନଥିପତ୍ର ସହ ଭିଡିଓ ରେକଡିଂ ଓଡିଶା ସରକାର ଙ୍କୁ ପ୍ରେରଣ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି l ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କାଯାଇଥିଲା l