ନାହିଁ ନାହିଁ ରେ ଚାଲିଛି ବାଲିଆପାଳ କମ୍ୟୁନିଟି ହେଲଥ ସେଣ୍ଟର ( CHC )
ବାଲିଆପାଳ, ୧୮/୦୬ ( ଡ଼ଃ ସନ୍ନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକର 28 ପଂଚାୟତ ତଥା ବ୍ଲକର ସୀମାବର୍ତ୍ତୀ ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକର ସଂଖ୍ୟା ଧିକ ଲୋକ ଏହି ହସ୍ପିଟାଲ ରେ ନିର୍ଭର କରିଥାନ୍ତି |ମାତ୍ର ଦୀର୍ଘ ଦିନରୁ ଏହି ହସ୍ପିଟାଲରେ କୌଣସି ମେଡ଼ିସିନ ବିଶେଷଜ୍ଞ୍ୟ, ସର୍ଜରୀ ବିଶେଷାଞ୍ଜ ନାହାନ୍ତି |ପୁଣି ଜଣେ ସ୍ତ୍ରୀ ବିଶେଷାଞ୍ଜ ସପ୍ତାହକୁ କେବଳ ଥରେ ବୁଧବାର ଦିନ ଆସନ୍ତି |ଫଳରେ ସଂଖ୍ୟା ଧିକ ରୋଗୀ ହଇରାଣ ହେଉଛନ୍ତି |ରାଜ୍ୟରେ ଅନେକ ଡାକ୍ତରୀ ଶିକ୍ଷା ଚିକିତ୍ସାଳୟ ଖୋଲି ଚାଲିବଳେ ଡାକ୍ତର ଖାନାରେ ଡାକ୍ତରଙ୍କ ସଂଖ୍ୟା ପୂରଣ ହେଉନାହିଁ |କିନ୍ତୁ ପ୍ରତ୍ୟହ ଶହ ଶହ ସଂଖ୍ୟାରେ ଡାକ୍ତର ଆସି ଔଷଧ ଦୋକାନରେ ଅଧିକ ଫିସ ନେଇ ଚିକିତ୍ସା କରୁଛନ୍ତି |ଏହା କଣ ଆମ ସରକାରଙ୍କ ଦୃଷ୍ଟି ଗୋଚର ହେଉନାହିଁ |ସରକାର ବର୍ତ୍ତମାନ ତାଙ୍କର ଦୁଇ ବର୍ଷର ବିକାଶ ପୂର୍ତ୍ତୀ ପାଳନ କରୁଥିବା ବେଳେ ଯଦି ଅବିଳମ୍ବେ ଡାକ୍ତର ସଂଖ୍ୟା ପୂରଣ ନ କରନ୍ତି ତେବେ ବାଲିଆପାଳର ବରିଷ୍ଠ ନାଗରିକ ପରିଷଦ ରାଜ ରାସ୍ତାକୁ ଓଲ୍ହାଇବ ବୋଲି ପରିଷଦର ସଭାପତି ନାରାୟଣ ପ୍ରସାଦ ସାହୁ, ସମ୍ପାଦକ ବଂକିମ ଜେନା, ସହ ସମ୍ପାଦକ ଡ଼ଃ ସନ୍ନ୍ୟାସୀ ବେହେରା ଓ ଅନେକ ସଦସ୍ୟ, ସଦସ୍ୟା ଦାବି କରିଛନ୍ତି |