ଜୁନାଗଡ଼, ୨୪/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଆର ଏମ ସି ପରିସର ମଧ୍ୟରେ ପଶ୍ଚିମ ଓଡିଶା ରଜକ ସେବା ସଙ୍ଘ ର ବାର୍ଷିକ ସମ୍ମିଳନୀ ୨୧ଓ ୨୨ତାରିଖ ଦୁଇ ଦିନ ଧରି ସମାରୋହରେ ଅନୁଷ୍ଠିତ ହୋଇଥିଲା l ଏଥିନେଇ ହଜାର ହଜାର ରଜକ ମହିଳା ଓ ପୁରୁଷ ଙ୍କ ଭବ୍ୟ ସମାବେଶ ହୋଇଥିଲା l ଏହି ଅବସରର ଉଦ୍ଘାଟନୀ ଉତ୍ସବ ରେ ଦିବସ ରେ ରଜକ ଶତାଧିକ ମହିଳା ଓ ପୁରୁଷ କର୍ମକର୍ତ୍ତା ଉପସ୍ଥିତ ହୋଇ ସ୍ଥାନୀୟ ସମୀଆ ବନ୍ଧ ପଡା ନିତେଇ ଧୋବଣୀ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ଆର ଏମ ସି ପରିସର ସଭା ସ୍ଥଳ ରେ ପହଂଚିଥିଲେ l ଉଦଘାଟନି ସମାରୋହରେ ରଜକ ସେବା ସଙ୍ଘ କଳାହାଣ୍ଡି ଜିଲ୍ଲା ସଭାପତି ବସନ୍ତ ସେଠି ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ଓ ବିବରଣୀ ପାଠ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ କମିଟି ଉପସଭାପତି ଉମେଶ ଚନ୍ଦ୍ର ସେଠି ଯୋଗ ଦେବା ସହ କଳାହାଣ୍ଡି ଜିଲ୍ଲା ରୁ ଆସିଥିବା ବିଭିନ୍ନ ବ୍ଲକ ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ l ରଜକ ସମାଜ ର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ର ରେ ସୁଦୃଢ କରିବା ସହ ଏହି ସମାଜ କୁ ରାଜ୍ୟ ଓ ଦେଶରେ ବିକାଶ ର ଧାରା ସହିତ ସମସ୍ତ ରଜକ ଭାଇ ଭଉଣୀ ଉଦ୍ୟମ କରିବା ସହ ସହଭାଗିତା ନିତାନ୍ତ ଆବଶ୍ୟକ ବୋଲି ଉପସ୍ଥିତ କର୍ମକର୍ତ୍ତା ଉଦବୋଧନ ଦେଇଥିଲେ l ଏହି ଅବସରରେ ମହିଳା ମାନଙ୍କ ଦ୍ୱାରା ହୁଳହୁଳି, ହାଣ୍ଡିଫଟା, ଝୁଟି, ଚୌକିବସା ପ୍ରଭୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା l କୁନି କୁନି ବାଳକ ବାଳିକା ମାନଙ୍କୁ ନେଇ ରଙ୍ଗlରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନିୟ ଅବଦାନ ପାଇଁ ଭାରତୀୟ ପ୍ରଶାସନିକ ସେବା ପୂର୍ବତନ ଅଧିକାରି ତଥା ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ସି ଇ ଓ ପ୍ରେମlନିଧି ସେଠି, ଓ ଏମ ସି ଡି ଜି ଏମ ପି ଆର ଓ ସଂଜୀବ କୁମାର ସେଠି, ଡ଼. ଆଦର୍ଶ ସେଠି, ଡ଼. ଆରତୀ ସେଠି, ଡ଼. ଜନ୍ମେଜୟ ସେଠ, ପ୍ରଶାସନିକ ଅଧିକାରୀ ରଜନୀକାନ୍ତ ସେଠ, କ୍ରିଷ୍ଣlମୟୀ ସେଠ, ଡି ଏସ ପି ବୈକୁଣ୍ଠ ନାଥ ସେଠ ପ୍ରମୁଖ ଙ୍କୁ ଔପଢକନ ଦେଇ ସମ୍ମାନିତ କରାଯାଇଥିଲା l ଏଥି ସହିତ କେନ୍ଦ୍ରୀୟ କମିଟି ସଭାପତି ରାଜେଶ ସେଠ, ସମ୍ପାଦକ ଜୟସଙ୍କର ସେଠ, ସମ୍ବଲପୁର ସଭାପତି ରମେଶ ଚନ୍ଦ୍ର ସେଠ, ଝାରସୁଗୁଡା ସଭାପତି ଚନ୍ଦ୍ରମଣି ସେଠ,ଆଞ୍ଚଳିକ ରଜକ ସମାଜ ସେବା ସଙ୍ଘ ର ବେଷ୍ଟ ପ୍ରେସିଡେଣ୍ଟ ଭାବରେ ଭୁବନାନନ୍ଦ ସେଠି, ଭକ୍ତବନ୍ଧୁ ସେଠି ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗୀର ଜିଲ୍ଲା ସଭାପତି କଳାକାଁହୁ ସେଠ, ସୁନ୍ଦରଗଡ଼ ଜିଲ୍ଲା ସଭାପତି ପ୍ରତାପ କୁମାର ବେଜି ଓ ଉପଦେଷ୍ଟା କେଦାରନାଥ ସେଠି, ବିଶ୍ୱମ୍ବର ସେଠି ଓ ବିଭିନ୍ନ ଜିଲ୍ଲା ଓ ବ୍ଲକ ପ୍ରତିନିଧି ଯୋଗଦାନ କରିଥିଲେ l ଶେଷରେ ବରିଷ୍ଠ କର୍ମକର୍ତ୍ତା ସୁକାନ୍ତ ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ
