ରାୟଗଡ଼ା , ୦୭/୦୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ବ୍ଲକର କୁମୁତାଲପେଟା ପଂଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଆଜି ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଇଲେକ୍ଟ୍ରିକ ଶର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ପ୍ରାୟ ୧୨ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି। ଖବର ପାଇ ଦୋକାନ ମାଲିକ ମାନସ ଦଳପତି ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି କୋଲନାରା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ସେଠାକୁ ପହଞ୍ଚି ନିଆଁକୁ ଆୟତ କରିଥିଲେ, ତଥାପି ସମସ୍ତ ସାମଗ୍ରୀ ପୋଡିଯାଇଥିଲା। ଏହି ବଡ଼ କ୍ଷତି ଯୋଗୁଁ ଦୋକାନ ମାଲିକ ମାନସ ଦଳପତି ଗଭୀର ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଏବଂ ପ୍ରଶାସନ ପାଖରେ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି।