ରାଜନୀତିରେ ଚାପି ହୋଇ ଗଲା ସିନାପାଲି NAC, ଆନ୍ଦୋଳନ ପାଇଁ ସଜବାଜ ସହରବାସୀ
ସିନାପାଲି, ୦୪ / ୦୯ (ଶୋଭାରାମ ମହାନନ୍ଦ) : ନୂଆପଡ଼ା ଜିଲ୍ଲା ସିନାପାଲି ଏକ ସର୍ବ ପୁରାତନ ସହର। ସହରରେ ୧୫ହଜାର ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି। ସିନାପାଲି ସହର ଏକ ବ୍ୟବସାୟିକ ସ୍ଥଳି। ଏଠାରେ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟାଳୟ ରହିଛି। ବ୍ୟବସାୟିକ କ୍ଷେତ୍ରରେ ସିମାନ୍ତରାଜ୍ୟ ଓ ଜିଲ୍ଲା ର ବ୍ୟବସାୟୀ ନିର୍ଭର ସିଲ। ସରକାରଙ୍କ ନିୟମ ଅନୁଯାୟୀ ସିନାପାଲି NAC ମାନ୍ୟତା ପାଇବା ଯୋଗ୍ୟ ଅଟେ। ସିନାପାଲିକୁ NAC ମାନ୍ୟତା ଦେବା ପାଇଁ ପୂର୍ବ ସରକାର ସମୟରେ ବିଧିବଦ୍ଧ ଭାବରେ ଆବଶ୍ୟକୀୟ କାଗଜାତ ଜିଲ୍ଲାପାଲ ଙ୍କ ଜରିଆରେ ଦିଆଯାଇଥିଲା। ସମସ୍ତ କ୍ଷେତ୍ରକୁ ଅନୁଧ୍ୟାନ କରି ପୂର୍ବ ସରକାର ସିନାପାଲି ସହରକୁ NAC କରିବା ପାଇଁ ତାଲିକା ଭୁକ୍ତ କରିବା ସହିତ ଘୋଷଣା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାଜ୍ୟରେ ରାଜ୍ୟ ସରକାର ପରିବର୍ତ୍ତନ ହୋଇ ସିନାପାଲି କୁ NAC ମାନ୍ୟତା ରୁ ବଞ୍ଚିତ କରିଛନ୍ତି। ବିଗତ କିଛି ଦିନ ତଳେ ରାଜ୍ୟ ସରକାର ଙ୍କ ମ୍ୟୁନ୍ସିପାଲଟି ଓ ବିଜ୍ଞାପିତ ଅଞ୍ଚଳ ଘୋଷଣାରେ ସିନାପାଲି ବଞ୍ଚିତ ହୋଇଥିବା ଖବର ପ୍ରସାର ପରେ ସିନାପାଲି ସହରରେ ଚାପାଉତ୍ତେଜନ ଦେଖା ଦେଇଛି। ଏହା ବିଭିନ୍ନ ବୁଦ୍ଧିଜିବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବୁଦ୍ଧିଜୀବି ମାନେ ଏହି ବିଷୟକୁ ନେଇ ରାଜ୍ୟସରକାରଙ୍କୁ ନିନ୍ଦା କରୁଥିବା ବେଳେ ସ୍ଥାନୀୟ ବିଭିନ୍ନ ରାଜନୀତିକ କର୍ମୀ ମାନଙ୍କ ମଧ୍ୟରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରାଯାଉଛି। ଆଜି ସିନାପାଲି ସହରରେ ଏକ ସର୍ବଦଳୀୟ ବୈଠକ କରି ସରକାରଙ୍କୁ ନିନ୍ଦା କରିବା ସହିତ ଏହି ବିଷୟକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ପୁଣି NAC ମାନ୍ୟତା ଦାବି ନେଇ ଆନ୍ଦୋଳନ କରିବାକୁ ନିଷ୍ପତି ନିଆଯାଇଛି। ସିନାପାଲି ସହର NAC ମାନ୍ୟତାରୁ ବଞ୍ଚିତ ହେବାରୁ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଅସନ୍ତୋଷ ପ୍ରକାଶ କରିବା ସହିତ ସରକାରଙ୍କୁ ଦୃଢ଼ ନିନ୍ଦା, ଦାୟୀ ଓ ଏକ ରାଜନୈତିକ ଆକ୍ରୋଶ ବୋଲି କହିଛନ୍ତି ଏବଂ ବିଧାୟକ ଆଗାମୀ ବିଧାନ ସଭାରେ ଉପସ୍ଥାପନ କରିବାକୁ ଚୁନୌତି ଦେଇଛନ୍ତି।
ଶୋଭାରାମ ମହାନନ୍ଦ
ସାମ୍ବାଦିକ