ବିଦ୍ୟାଳୟ ସ୍ତରୀୟ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ
ସିନାପାଲି, ୦୩/୦୯ (ଶୋଭରାମ ମହାନନ୍ଦ) : ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ନଙ୍ଗଳବୋର୍ଡ ଭଟ୍ଟାପାଣି କଳିଙ୍ଗ ଉଚ୍ଚ ବିଦ୍ୟାଳୟ ଠାରେ ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ବିଦ୍ୟାଳୟ ସ୍ତରୀୟ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ମ୍ୟାଲେରିଆ ତଥା ଅନ୍ୟାନ୍ୟ ମଶା ଦ୍ୱାରା ହେଉଥିବା ରୋଗ ଏବଂ ତାର ପ୍ରତିକାର ବିଷୟରେ ଛାତ୍ର ଛାତ୍ରୀ ଙ୍କୁ ସଚେତନତା କରାଯାଇଥିଲା |ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭୁବନେଶ୍ୱର ନାଗ ସଭାପତିତ୍ୱ କରିଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିନାପାଲି ର ବିପିଏମ ରତ୍ନାମଣୀ ଭୁଏ, ଭିବିଡିଟିଏସ ଦିବ୍ୟ ରଞ୍ଜନ ନାଏକ, ସିଏଚଓ ବିନାୟକ ମେହେର, ଶିକ୍ଷକ ହରିଶ୍ଚନ୍ଦ୍ର ମହାପାତ୍ର, ହର୍ଷବର୍ଦନ ମେହେର,ଅନ୍ତର୍ଯ୍ୟାମୀ ତାଣ୍ଡି,କିରାଣୀ ଲିଙ୍ଗରାଜ ସା ପ୍ରମୁଖ ମଂଚାସୀନ ଥିଲେ |ଉକ୍ତ କାର୍ଯ୍ୟକ୍ରମ କୁ ଭିବିଡିଟିଏସ ଦିବ୍ୟ ରଞ୍ଜନ ନାଏକ ପରିଚାଳନା କରିଥିବାବେଳେ ଶିକ୍ଷକ ହରିଶ୍ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |