କୋରାପୁଟ ଜିଲ୍ଲା ସଦର ମହକୁମାରେ ସୃଜନ ସଙ୍ଘଠନ ଅଭିଯାନର ସାମ୍ବାଦିକ ସାକ୍ଷାତକାର ବୈଠକ
କୋରାପୁଟ, ୦୪/୦୯ (ବିପିନ କୁମାର ହିଆଲ) : ଜିଲ୍ଲା ସଦର ମହକୁମା ଟାଉନ୍ ହଲ୍ ଠାରେ ଜିଲ୍ଲା ସୃଜନ ସଂଘଠନ ଅଭିଯାନର ସାମ୍ବାଦିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୧୪ଗୋଟି ବ୍ଲକର ୫ଟି ନିର୍ବାଚନ ମଣ୍ଡଳୀରୁ ବିଧାୟକ, ନେତା, କର୍ମୀ ଓ କଂଗ୍ରେସ ପ୍ରେମୀ ମହିଳା ପୁରୁଷ ଯୋଗଦାନ କରିଥିଲେ । ବିଶେଷକରି ମୂଖ୍ୟ ଅତିଥ୍ ଭାବେ ଏ ସି ସି ର ପ୍ରଭାରୀ ଶ୍ରୀଯୁକ୍ତ ଗଣେଶ ଯାଦବ, କୋରାପୁଟ ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲୁକା, ମହିଳା ରାଜ୍ୟ ସଭାପତି ଶ୍ରୀମତୀ ମୀନାକ୍ଷୀ ବାହିନୀପତି, ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉଁନା, ପଟାଙ୍ଗି ବିଧାୟକ ଶ୍ରୀଯୁକ୍ତ ରାମଚନ୍ଦ୍ର କଡାମ ପ୍ରମୁଖଥିଲେ । ଉକ୍ତ ସଙ୍ଗଠନର ମୂଳ ଉଦ୍ଦେଶ୍ୟଥୂଲା କିପରି ତୃଣସ୍ତରରେ ଅର୍ଥାତ୍ ପଞ୍ଚାୟତ,ବ୍ଲକ ଓ ଜିଲ୍ଲାସ୍ତରରେ ନିରପେକ୍ଷତା ଓ ସମ୍ବିଧାନକୁ ହୃଦୟରେ ପ୍ରଥମ ସ୍ଥାନ ଓ ନ୍ୟାବିଚାର ଓ କଂଗ୍ରେସ ବିଚାରଧାରାରେ ସଂପୃକ୍ତ ଥୂବା ବ୍ୟକ୍ତିକୁ ନେତୃତ୍ବ ଚୟନ କରିବା ଓ ଗୁରୁ ଦାୟିତ୍ଵ ଦେବା, ଆଗାମୀଦିନରେ ଯେପରି ଉଚ୍ଚ ଦାୟିତ୍ବ ନେବାରେ ସକ୍ଷମ ହୋଇପାରିବେ । ଶେଷରେ ଧନ୍ୟବାଦ୍ ସହ ବୈଠକ ସମାପ୍ତ ହେଲା ।
କୋରାପୁଟ ଜିଲ୍ଲା ରିପୋର୍ଟର ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ ନିୟୁଜ