ଡଙ୍ଗରୀଗୁଡ଼ା ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୯ ତମ ସ୍ଵାଧୀନତା ଦିବସ ପାଳନ
ଝରିଗାଁ, ୧୫ / ୦୮ ( ନକୁଳ ଭତ୍ରା ) : ଡଙ୍ଗରୀଗୁଡ଼ା ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୯ ତମ ସ୍ଵାଧୀନତା ଦିବସ ମହାସମାହରେ ପାଳନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅଧିନ ଡଙ୍ଗରୀଗୁଡ଼ା ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୭୯ ତମ ସ୍ଵାଧୀନତା ଦିବସ ସକାଳ ୮ ଘଣ୍ଟିକା ସମୟରେ ପାଳନ କରାଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ଦେବାନନ୍ଦ ସାହୁ ପତକା ଉତ୍ତୋଳନ କରିବା ପରେ ଜାତୀୟ ସଂଙ୍ଗୀତ ଗାନ କରି ଇଂରେଜ କବଳରୁ ମୁକ୍ତ କରିଥିବା ସ୍ଵାଧୀନତା ସଂଗ୍ରାମୀ ଙ୍କୁ । ଜାତିର ପିତା ମହାତ୍ମା ଗାନ୍ଧି ,ସୁବାଷ ଚନ୍ଦ୍ର ବୋଷ , ରୀଣୀ ଲକ୍ଷ୍ମୀ ବାଇ , ସହିଦ ଲକ୍ଷଣ ନାୟକ , ବିରଶା ମୁଣ୍ଡା, ବୀର ମାନଙ୍କୁ ମନେ ପକେଇ ଗ୍ରାମର ସମସ୍ତ ୱାର୍ଡ଼ କୁ ସ୍ଳୋଗାନ ଦେଇ ପରିକ୍ରମା କରାଯାଇଥିଲା । ଏଥିରେ ଶିକ୍ଷକ ଶିକ୍ଷୟତ୍ରୀ ବୁଦ୍ଧିଜୀବି, ଜୟରାମ ଭାତ୍ରା, ତୁଳସୀରାମ ମାଝୀ,( SMC) ସଭାପତି ହିରାସିଂ ପୂଜାରୀ, ସରପଞ୍ଚ ବାସନ୍ତୀ ନାୟକ, ଜିଲ୍ଲା ପରିଷୋଦ ଶ୍ୟାମସୁନ୍ଦର ନାୟକ, ଅଙ୍ଗନବାଡି କର୍ମୀ, ଆସା କର୍ମୀ, ୱାଡ଼ ମେମ୍ବର ସମେତ ଗାଁର ସମସ୍ତ ବଦ୍ରବ୍ୟକ୍ତି ଉପସ୍ଥିତ ଥିଲେ ।