ଦାଦନ ର ଦୁଃଖ କେବେ ସରିବ ପରିବାର ଦୁଖଃ ଦୁର୍ଗମ ଅଞ୍ଚଳ କୁ ଫେରିଲା, ନାବାଳକ ଦାଦନ ଶ୍ରମିକଙ୍କ ମୃତଦେହ, କାନ୍ଦ ବୋବାଳି ରେ ଫାଟି ପଡିଲା ଗାଁ ଦାଣ୍ଡ।
କୋକସରା, ୧୪ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ପୁଣି ଦାନା ଯୋଗାଡ଼ ପାଇଁ ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ମୃତଦେହ ଭିଟାମାଟି କୁ ଫେରିଛି। କୋକସରା ବ୍ଲକ ଆମପାଣି ପଞ୍ଚାୟତ ର ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଦୁର୍ଗମ କୁଟୁରୁ ଗାଁ ର ସ୍ବର୍ଗତ ବାଳଚନ୍ଦ ମାଝୀ ଙ୍କ ନାବାଳକ ପୁଅ ଡମ୍ବରୁ ମାଝୀ (୧୭) ବାପା,ମା ଙ୍କ ମୃତ୍ୟୁ ପରେ ସାନ କାକା ସଦନ ମାଝୀ ଘରେ ନିଜ ସାନ ଭାଇ ସହ ରହୁଥିଲେ। ତେବେ କାକା ଘର ର ଆର୍ଥିକ ଅନାଟନ ଯୋଗୁଁ କିଛି ସାଥି ଶ୍ରମିକଙ୍କ ସହ ଦାଦନ ଖଟିବାକୁ ଗତ ମାସେ ତଳେ ଚେନ୍ନାଇ ର ପଣ୍ଡିଚେରୀ ର ଏକ ଠିକାସଂସ୍ଥା ରେ ନିୟୋଜିତ ରହିଥିଲା। ଗତ ସୋମବାର କୋଠା ନିର୍ମାଣ କାମ କରୁଥିବା ବେଳେ ଛାତ ରୁ ପଡି ନାବାଳକ ଶ୍ରମିକ ର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ପରେ ଠିକାସଂସ୍ଥା ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ ମୃତକ ଙ୍କ ଶବ କୁ ଭିଟାମାଟି କୁ ପଠାଇଥିଲେ। ଆଜି ଶବ ଗାଁ ରେ ପହଞ୍ଚିବା ପରେ କାନ୍ଦ ବୋବାଳି ରେ ଗାଁ ଦାଣ୍ଡ ଫାଟି ପଡିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ