ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଜାତୀୟ ରାଜପଥ କଡ଼ରୁ ଚୋରି ଘଟଣା ପୋଲିସ ପ୍ରଶାସନ କୁ ପ୍ରଶ୍ନବାଚୀ
ନୂଆପଡ଼ା, ୦୫/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ଦେଇ ଅତିକ୍ରମ କରୁଥିବା ୩୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଉଠା ଦୋକାନୀ ମାନେ ଜିଁ ଗୁଜୁରାଣ ମେଣ୍ଟାଇବା ନେଇ ଦୋକାନ କରି ଜୀବନ ନିର୍ବାହ କରୁଛନ୍ତି। ସରକାର ପକ୍ଷ ରୁ ଆର୍ଥିକ ସହାୟତା ପ୍ରଦାନ କରି ଦୋକାନୀ ଙ୍କୁ ଆତ୍ମ ନିର୍ଭରଶୀଳ ହେବା ନେଇ ନିଜ ବ୍ୟବସାୟ କରୁଛନ୍ତି। ଆଜି ନୌଷଦ ଖାନ ନାମକ ଦୋକାନ ରୁ ଟିଣ ଫାଡି ତାଙ୍କ ଚପଲ କୁ ଓଲଟପାଲଟ କରିଛନ୍ତି। ସେହିପରି ଦିଲୀପ କଟା ନାମକ ଚା ଦୋକାନୀ ର ଡବା କୁ ଓଲଟାଇ ଦେଇଥିବା ବେଳେ ପୋଲିସ ର କାର୍ଯ୍ୟକଳାପ ରେ ପ୍ରଶ୍ନବାଚି ସୃଷ୍ଟ ହୋଇଅଛି। ପୋଲିସ ଭୟ ଥିଲେ ସାମାନ୍ୟ ଅସାମାଜିକ ବ୍ୟକ୍ତି ଏଭଳି କାର୍ଯ୍ୟ କରିବାକୁ ସାହସ କରି ନଥାନ୍ତ୍।ଦୁଇ ମାସ ପୂର୍ବରୁ ରାମଦାସ ଚା ଦୋକାନ ରେ ମଧ୍ୟ ଚୋରି ଘଟଣା ହୋଇଥିଲା। ଏଠି ପ୍ରତି ପୋଲିସ ପ୍ରଶାସନ ଗୁରୁତ ଦେଇ ଆବଶ୍ୟକ ପଦକ୍ଷେପ, ରାତ୍ର ପେଟ୍ରୋଲିଙ୍ଗ, ହୋମଗାର୍ଡ ଙ୍କ ଛକ ସ୍ଥାନରେ ନିୟୋଜିତ ଭଳି ପଦକ୍ଷେପ ନେବହୁ ଆବଶ୍ୟକ ଅଟେ। ଅପର ପକ୍ଷେ ଟାଉନ୍ ର ବିଭିନ୍ନ ସ୍ଥାନରେ ଲଗା ଯାଇଅଛି ସି ସି ଟିଭି କେମେରା କୁ କାର୍ଯ୍ୟକ୍ଷମ କରିବାକୁ ଆହ୍ୱାନ ।