ଖରସ୍ରୋତା ମହାବିଦ୍ୟାଳୟରେ ବିଶ୍ୱବାଣିଜ୍ୟ ଦିବସ ପାଳିତ
ବିଂଝାରପୁର, ୦୩/୦୮ (ପ୍ରଦୀପ କୁମାର ମଲ୍ଲିକ) : ସିଂହପୁରସ୍ଥିତ ଖରସ୍ରୋତା ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ବିଶ୍ୱବାଣିଜ୍ୟ ଦିବସ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଧାଂଶୁ କୁମାର ଦାସ ସଭାପତିତ୍ୱ କରିଥିଲେ। ବାଣିଜ୍ୟ ବିଭାଗର ପ୍ରଥମ ଅଧ୍ୟାପକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଶୋକ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ପରିପ୍ରେକ୍ଷୀରେ ବାଣିଜ୍ୟର ଆବଶ୍ୟକତା, ଗୁରୁତ୍ୱ ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ବିଭାଗର ପୂର୍ବତନ ଅଧ୍ୟାପକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. କୀର୍ତ୍ତନ ବିହାରୀ ସାମଲ ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଣିଜ୍ୟର ଉନ୍ନତି ସହ ଦେଶର ଆର୍ଥିକ ପ୍ରଗତି ନିବିଡ଼ ଭାବେ ଜଡ଼ିତ ଥିବା ମତ ପ୍ରକାଶ କରିଥିଲେ। ଯେଉଁ ଦେଶର ବାଣିଜ୍ୟ ବ୍ୟବସ୍ଥା ଯେତେ ସୁଦୃଢ଼, ସେହି ଦେଶ ସେତେ ସମୃଦ୍ଧ ଓ ସୁଦୃଢ଼ ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପରିଚାଳକ ଅପୂର୍ବ ରଞ୍ଜନ ରାଉତ ରାୟ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦେଶର ପ୍ରଗତିରେ ବ୍ରତୀ ହେବା ସହ ଦକ୍ଷତା ବୃଦ୍ଧି ପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ କୈଳାଶ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ବିଶ୍ୱବାଣିଜ୍ୟ ଦିବସର ମହତ୍ତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସଂସ୍କୃତ ବିଭାଗ ମୁଖ୍ୟ ଅଧ୍ୟାପକ ପୁର୍ଣ୍ଣଚନ୍ଦ୍ର ସାମଲ ଏବଂ ରସାୟନ ବିଭାଗ ମୁଖ୍ୟ ମୀନକେତନ ତ୍ରୀପାଠି ଦିବସର ଗୁରୁତ୍ୱ ଓ ତାତ୍ପର୍ଯ୍ୟ ଉପରେ ଆଲୋଚନା କରିଥିଲେ। ବିଭାଗର ଅଧ୍ୟାପକ ପାଣ୍ଡବ ଚରଣ ସେଠୀ ଓ ସତ୍ୟନାରାୟଣ ଗୁପ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଗଗନ ବିହାରୀ ବେହେରା, ଦେବବ୍ରତ ଧଳ, ଅମ୍ବିକାପ୍ରସାଦ ଜେନା, ଦୀପ୍ତି ରଞ୍ଜନ ସେନାପତି, ଭୌରବ ନାୟକ, ସତ୍ୟବ୍ରତ ସଠୀ, ବିବେକ ମେହେର, ଚନ୍ଦନ ପତି, ଅଧ୍ୟାପିକା ଗାୟତ୍ରୀ ଧଳ, ସୁଚିତ୍ରା ରାଉତ, ଜ୍ୟୋତି ପ୍ରଭା ମହାନ୍ତି, ଅର୍ପିତା ସ୍ୱାଇଁ, ଶର୍ମିଷ୍ଠା ସାହୁ, ସୁଚିସ୍ମିତା ନାୟକ ତଥା ବରିଷ୍ଠ କିରାଣୀ ଚିରସ୍ମିତା ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ୧୦୦ ଜଣରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସଭାପତି ଅଧ୍ୟକ୍ଷ ଡ. ସୁଧାଂଶୁ କୁମାର ଦାସ ସଭାପତି ଅଭିଭାଷଣ ପ୍ରଦାନ କରିଥିବାବେଳେ ବିଭାଗୀୟ ଅଧ୍ୟାପକ ଚିତ୍ତ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |