କଳାହାଣ୍ଡି, ୨୩/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ବୋହୁ ଟି ଅଛି ଗର୍ଭାବସ୍ଥାରେ, ଔଷଧ, ଇନଜକ୍ସନ ପାଇଁ ଅଙ୍ଗନବାଡି କେନ୍ଦ୍ର କୁ ଯାଏ। ହେଲେ ଅଙ୍ଗନବାଡି ଦିଦି ଜଣେ ବୋହୁ କୁ ଜଣେ ଆସିବାକୁ କହିଥିଲା। ଅଙ୍ଗନବାଡି କେନ୍ଦ୍ର ରେ ତାକୁ କେଉଁ ଔଷଧ ପିଆଇ ଦେଲା ଯେ ଘର କୁ ପହଂଚି ପାରିଲା ନାହିଁ। ଅଧା ବାଟରେ ହିଁ ତାର ଗର୍ଭ ନଷ୍ଟ ହୋଇଗଲା।ଏହା ଦେଖି ପରିବାର ରେ ଶୋକ ର ଛାୟା ଖେଳିଗଲା। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ନୂଆଗାଁର ରାଜୁ ଙ୍କ ପତ୍ନୀ ପ୍ରଦୀପା ନାଏକ ପ୍ରାୟ ତିନି ମାସର ଗର୍ଭବତୀ ଥିଲେ। ପୀଡିତାଙ୍କ କହିବା ଅନୁଯାୟୀ, ସ୍ଥାନୀୟ ଅଙ୍ଗନବାଡି କର୍ମୀ କସ୍ତୁରୀ ସାହୁ ତାଙ୍କୁ ଗତ ୭ ତାରିଖ ଦିନ ଅଙ୍ଗନବାଡି କେନ୍ଦ୍ରକୁ ଡାକି କୌଣସି ଔଷଧ ପାନୀୟ ରେ ମିଶାଇ ପିଇବାକୁ ଦେଇଥିଲେ। ଏହା ସେବନ କରିବା ପରେ ତାଙ୍କ ଶାରୀରିକ ଅବସ୍ଥା ହଠାତ୍ ଖରାପ ହୋଇଥିଲା ଏବଂ ପରେ ତାଙ୍କର ତିନି ମାସର ଗର୍ଭ ନଷ୍ଟ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି। ଓ ଜାତୀ ଭେଦ କରିବା ସହ ଫୋନ୍ ମାଧ୍ୟମରେ ଧମକ ମଧ୍ୟ ଦେଇଛନ୍ତି ଅଙ୍ଗନବାଡି କର୍ମୀ ଏହି ଘଟଣା ପରେ ପୀଡିତା ଏବଂ ତାଙ୍କ ପରିବାର ପକ୍ଷରୁ ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ ବିରୋଧରେ କଲମପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୀଡିତା ଦାବି କରିଛନ୍ତି। ଅନ୍ୟପଟେ,ଅଙ୍ଗନବାଡି କର୍ମୀ ଙ୍କ ପ୍ରତିକ୍ରିୟା ନେବାରୁ କହିଛନ୍ତି ମୁଁ କୌଣସି ଔଷଧ ଦେଇ ନାହିଁ ଖାଇବାକୁ ଏନ ଏମ, ଆଶା ଦେଇଥିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି, ଯଦି ଅଙ୍ଗନବାଡି କର୍ମୀ ଔଷଧ ଦେଇ ନାହାନ୍ତି, ଅଭିଯୋଗ କାରି ଓ ଆଶା କର୍ମୀ କହୁଛନ୍ତି ଅଙ୍ଗନବାଡି ଦେଇଛି ବୋଲି,ତାହେଲେ ପୀଡିତା ମହିଳାଙ୍କୁ ଔଷଧ ଦେଇ ଗର୍ଭ ନଷ୍ଟ କଲା କିଏ? ନିଜ ଦୋଷକୁ ଲୁଚାଉ ନାହାନ୍ତି ତ ଅଙ୍ଗନବାଡି କର୍ମୀ? ଅନ୍ୟପକ୍ଷେ ଏହି ଅଭିଯୋଗର ସତ୍ୟତା ସମ୍ପର୍କରେ ପୁଲିସ ପକ୍ଷରୁ କେଷ ନମ୍ବର ୦୧୦୧ ଅନୁସାରେ ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ତେବେ ପୀଡିତାଙ୍କ ଅଭିଯୋଗ କେତେ ଦୂର ସତ୍ୟ ଏବଂ ଘଟଣାର ପ୍ରକୃତ କାରଣ କଣ, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ




କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ