ବରୀ, ୧୭/୦୬ ( ରଂଜିତ ମହାନ୍ତି ) : ବରୀ ବ୍ଳକ ଭଅଁରା ଗ୍ରାମ ର ଆଦର୍ଶଶିକ୍ଷକ ସ୍ୱର୍ଗତ ଗଦାଧର ଓଝା ଙ୍କ ପିୟୁସି ତଥା କୌଶଲ୍ୟା ଦେବୀ ବୟସ ୧୦୫ ବର୍ଷ । ଶାଶୁ ଘର ରେକି ବଜାର ବରୁହଁl ଠାରେ ଅବସ୍ଥିତ। ଭଅଁରା ଗ୍ରାମ କୁ ଶ୍ରୀ ଓଝା ପରିବାର ଲୋକମାନେ ରଜ ଅବସରରେ ବହୁତ ଯତ୍ନ ସହକାରେ ତାଙ୍କୁ ଘରକୁ ଆଣିବାର ବ୍ୟବସ୍ଥା କରାଯାଇଥିଲା।ଘରର ସମସ୍ତ ସଦସ୍ୟ ତଥା ତାଙ୍କର ନାତି, ନାତୁଣୀ, ନାତୁଣୀ ବୋହୂ, ଅଣ ନାତି, ଅଣ ନାତୁଣୀ ମାନେ ଉପସ୍ଥିତ ଥାଇ ଶ୍ରଦ୍ଧା,ସମ୍ମାନ ଓ ଆନ୍ତରିକତା ସହ ସ୍ୱାଗତ ଜଣାଇବା ସହ ସମ୍ବନ୍ଧିତ କରିଥିଲେ । ନିଜ ଜନ୍ମ ମାଟି ତଥା ତାଙ୍କ ବାପ ଘରେ ଖୁସିର ମୁହୂର୍ତ୍ତ କୁ କେବଳ ଅନୁଭବ କରୁଥିଲେ। ଅସରନ୍ତି କଲ୍ୟାଣ ତାଙ୍କ ପାଟିରୁ ଅଜାଡ଼ି ହୋଇଥିଲା।