କଟକ ବିଡ଼ାନାସୀରେ ମା' ଭୁଆସୁଣୀଙ୍କ ପୀଠ ପରିଦର୍ଶନ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
କଟକ, ୨୫/୦୬ ( କାହୁଁ ଚରଣ ବାରିକ ) : କଟକ ବିଡ଼ାନାସୀସ୍ଥିତ ମା' ଭୁଆସୁଣୀଙ୍କ ପୀଠରେ ପହଞ୍ଚି ଦର୍ଶନ କରିବା ସହ ସମଗ୍ର ପରିସର ବୁଲି ଦେଖିଥିଲେ ରାଜ୍ୟ ବିଜେପି ସଭାପତି Manmohan Samal। ଏହି ଅବସରରେ ତାଙ୍କ ସହ ବିଜେପିର ଅନେକ ବରିଷ୍ଠ ନେତା ଓ ନେତ୍ରୀ ଉପସ୍ଥିତ ଥିଲେ। ସେମାନେ ମା'ଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ପୀଠର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ। ଏହି ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହର ପରିବେଶ ଦେଖିବାକୁ ମିଳିଥିଲା।