ସିନାପାଲି, ୪/୬ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ସିନାପାଲି ପିଏମଶ୍ରୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ ବରିଷ୍ଠ ଶିକ୍ଷକ ମନୋରଞ୍ଜନ ମେହେର ଯୋଗଦାନ କରିଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବୀ, ସ୍କୁଲ ପରିଚାଳନା କମିଟି, କର୍ମଚାରୀଙ୍କ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଛି l ଏହି ଅବସରରେ ସ୍କୁଲ ପରିସରରେ ଅନୁଷ୍ଠିତ ସ୍ୱାଗତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତୁଳସୀରାମ ମେହେର, ପ୍ରଜେଶ ପାଣିଗ୍ରାହୀ, ସମାଜସେବୀ ଶଶିଭୂଷଣ ମାଝୀ, ଅରିଗଞ୍ଜନ ଯୋଷୀ, ଯୁବନେତା ମନିଷ ପଟେଲ, ବୈଷ୍ଣବ ମେହେର, ତରୁଣ କୁମାର ମେହେର, ଲଳିତ ବାଗ, ଅଜିତ ଯୋଷୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀମେହେରଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିବା ସହ ସ୍କୁଲର ଗୌରବକୁ ଆଗକୁ ପରିବର୍ଦ୍ଧିତ କରିବା ପାଇଁ ମତ ଦେଇଥିଲେ l ଦୀର୍ଘ ଦିନ ପରେ ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକ ଯୋଗ ଦେଇଥିବାରୁ ସମସ୍ତେ ଉତ୍ସାହିତ ଥିବା କହିଥଲେ l ପ୍ରଧାନ ଶିକ୍ଷକ ଶ୍ରୀମେହେର ଏ ଅବସରରେ ସମସ୍ତଙ୍କ ସହଯୋଗ କାମନା କରି ସ୍କୁଲର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ l ଅନ୍ୟମାନଙ୍କ ମଧରେ ସ୍କୁଲ ପରିଚାଳନା କମିଟିର ସଭାପତି ଯତୀନ୍ଦ୍ର ଦାସ, ଖଗେଶ୍ୱର ମେହେର, ଦୁଷ୍ମନ୍ତ ମେହେର, ଅରବିନ୍ଦ ହୋତା, ନିକୁଞ୍ଜ ବିହାରୀ ସା, ନିହାର ରଞ୍ଜନ ମେହେର, ଲୀଳାକାର ସା, କେଶର ସା, ସୁରଭି ପଣ୍ଡା, ପଙ୍କଜିନୀ ତାଣ୍ଡି, ସୁକେଶିନୀ ବାଗ, ଭାସ୍କର ପାତ୍ର, ଶରତ ବନ୍ଦୀଛୋର, କନକ ମଞ୍ଜରୀ ପାଢ଼ୀ, ଆଶିଷ ସା, କେଦାରନାଥ କାଣ୍ଡ, ବ୍ୟୋମକେଶ ବାଗ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ମହେଶ ମେହେର ଧନ୍ୟବାଦ ଦେଇଥିଲେ l 


ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ