ଶ୍ରୀଶ୍ରୀ ରାଧା ବେଣୁମାଧବ ସେବାଧାମରେ ଭାଗବତ ପାରାୟଣ ସପ୍ତାହ ଆରମ୍ଭ।
ବାଲିଆପାଳ, ୧୭/୦୪ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକର ଘଣ୍ଟୁଆ ପଞ୍ଚାୟତ ଧର୍ମଦ୍ୱାର ଗ୍ରାମର ଶ୍ରୀଶ୍ରୀ ରାଧା ବେଣୁମାଧବ ସେବା ଧାମର ବାର୍ଷିକ ଉତ୍ସବ ଅବସରରେ ଗୁରୁବାର ଠାରୁ ସପ୍ତାହ ବ୍ୟାପୀ ଭାଗବତ ପାରାୟଣ , ହରି କଥା ଅମୃତ ପ୍ରବଚନ ଆରମ୍ଭ ହୋଇ ଯାଇଛି। ଏହି ଭାଗବତ ପାରାୟଣ କାର୍ଯକ୍ରମ ପ୍ରତିଦିନ ପୂର୍ବାହ୍ନ ଛଅ ଘଟିକାରୁ ଆରମ୍ଭ ହୋଇ ସଂଧ୍ୟା ଛଅ ଘଟିକା ଯାଏ ଚାଲିବ। ପରେ ସନ୍ଧ୍ୟା ଆଳତୀ ଓ ସାମୂହିକ ପ୍ରାର୍ଥନା ଶେଷ ହେବା ପରେ ଡ. ସ୍ବାମୀ ଅଦୈତ୍ୟାନନ୍ଦ ମହାରାଜାଙ୍କ ଦ୍ଵାରା ହରି କଥା ଅମୃତ ପ୍ରବଚନ କାର୍ଯକ୍ରମ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ହେବ। ୨୩ ତାରିଖ ପୂର୍ବାହ୍ନ ୧୧ ଘଟିକା ଠାରୁ ନାମ ଯଜ୍ଞ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇ ୨୪ ତାରିଖ ପୂର୍ଣ୍ଣାହୂତି ପ୍ରଦାନ ପରେ ଭାକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀଶ୍ରୀ ରାଧା ବେଣୁମାଧବ ସେବାଧାମର ପ୍ରତିଷ୍ଠାତା ପ୍ରଫେସର ବେଣୁଧର ନାୟକ କହିଛନ୍ତି। ଭଗବତ ପରାୟଣରେ ବ୍ରହ୍ମଚାରୀଣୀ ମୋତି ମାଣିକ ଦାସ, ଡମ୍ବରୁ ଧର ନାୟକ, ସୁକାନ୍ତି ନାୟକ, ଜୟନ୍ତୀ ନାୟକ, ସୁଜାତା ନାୟକ, ସବିତା ନାୟକ, ସୁମତି ନାୟକ,ଅରୁନ୍ଧତୀ ଗିରି , ଅପସରା ଦଳାଇଙ୍କ ସମେତ ମାଳତୀ ଦାସ ଭାଗବତ ପାଠନରେ ସହଯୋଗ କରିଥିବା ବେଳେ ଜୟନ୍ତୀ ଗିରି, ରେବତୀ ନାୟକ ସଞ୍ଜୁ ଲତା ଗିରି, କନକ ଲତା ରଣା, ଅମୁଲ୍ୟ ନାୟକ, ସୁବୋଧ ନାୟକ, ପଦ୍ମାବତୀ ଦାସ, ଗୀତା ରାଣୀ ରଣା, ବୀଣାପାଣି ନାୟକ, ବାସନ୍ତୀ ଗିରି, ବୃନ୍ଦାବତୀ ରଣା ପ୍ରମୁଖ ବିଭିନ୍ନ କାର୍ଯକ୍ରମରେ ସହଯୋଗ କରିଥିଲେ।