ଜୟପୁର, ୨୬/୦୪ ( ଏ. ଭେଙ୍କଟ ରାଓ ) : ଜୟପୁର ତଥା ଆଖପାଖ ଅଞ୍ଚଳରେ ବାଲି ମାଫିଆଙ୍କ ରାଜୁତି ବଢିବାରେ ଲାଗିବା ଏବ˚ ମାଇନି˚ ଅଫିସରରକୁ ମାଡ ମାରିବା ପରେ ବର୍ତ୍ତମାନ ଆକ୍ସନ ମୋର୍ଡରେ ଖଣିବିଭାଗ। ଆଜି ଏକାଥରକେ ୫ଟି ବାଲିବୋଝେଇ ହାଇଵା ଟ୍ରକ ଜବତ କରିଛି ବୋରିଗୁମ୍ମା ପୁଲିସ। ବୋରିଗୁମ୍ମା ବ୍ଲକ ବିସି˚ପୁର ଥାନା ଅଞ୍ଚଳରେ ବେଆଇନ ବାଲି ଚାଲାଣ କରୁଥିବା ବେଳ ଖଣି ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବୋରିଗୁମ୍ମା ବ୍ଲକ ଶୁକୁଲିଗୁଡା, ବଣ୍ତଲିଗୁଡା ଘାଟରୁ ରାତି ଅଧିଆ ଲୁଟ ହେଉଥିଲା ବାଲି। ଜବତ ହୋଇଥିବା ୫ଟି ଗାଡିକୁ ବିସି˚ପୁର ଥାନାରେ ଅଟକ ରଖାଯାଇଛି। ସୂଚନା ମୁତାବକ ଏହି ବେଆଇନ ବାଲି ଘାଟ ମାଲିକ ତ୍ରିପତିପାଣିଗ୍ରାହୀ ଓରଫ ଲଣ୍ତାଙ୍କ ବାଲିଘାଟ ବୋଲି ଜଣାପଡିଛି। ଆଗକୁ ଖଣି ବିଭାଗ ପକ୍ଷରୁ ବେଆଇନ ବାଲିଘାଟକୁ ବନ୍ଦ କରାଯିବ ନା କେବଳ ବାଲି ଗାଡିକୁ ଜବତ କରି ଜୋରିମାନା ଆଦାୟ କରାଯିବ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।